ଯୋଡ଼ା,୨୦/୦୮(ପାଇକପୁଅ)କେନ୍ଦୁଝର ଜିଲ୍ଲା ବଡ଼ବିଲ ଅବକାରୀ ବିଭାଗ ପକ୍ଷରୁ ରୁଗୁଡ଼ି ଥାନା ଅଞ୍ଚଳର ବାରବାଙ୍କ ଜଙ୍ଗଲ ରାସ୍ତା, ପାଚେରୀ ଅଞ୍ଚଳ ସମେତ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ବିପୁଳ ପରିମାଣର ଅବକାରୀ ସାମଗ୍ରୀ ଜବତ ହୋଇଥିବା ଖବର ରୁ ପ୍ରକାଶ। ଅବକାରୀ ବିଭାଗ ଚଢ଼ାଉ ସମୟରେ ପ୍ରାୟ ୨୦୦୦ କେଜି ମହୁଲି ପୋଚ୍ ଏବଂ ୩୮୦ ଲିଟର ଦେଶୀ ମଦ ଜବତ କରାଯାଇଛି। ଘଟଣାରେ ମୋଟ ୪ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ୩ଟି ମୋଟରସାଇକେଲ ଜବତ ହୋଇଛି।ରୁଗୁଡ଼ି ଓ ବଲାଣି ଥାନା ଅଞ୍ଚଳରେ ଅବକାରୀ ବିଭାଗର ଏହିପରି ଚଢ଼ାଉଜାରି ରହିବ ବୋଲି
ବଡ଼ବିଲ ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

