ବାରିପଦା,୨୦/୦୮(ପାଇକପୁଅ) ମୟୁରଭଞ୍ଜ ଫଟୋଗ୍ରାଫର ଓ ଭିଡିଓ ଗ୍ରାଫର ଏସୋସିଏସନ ଦ୍ୱାରା ବିଶ୍ୱ ଫଟୋଗ୍ରାଫି ଦିବସ ପାଳିତ ହୋଇଯାଇଛି। ବାରିପଦା ସ୍ଥିତ ମା ଅମ୍ବିକା ମନ୍ଦିର ପ୍ରାଙ୍ଗଣରୁ ଏକ ମଟର ସାଇକେଲ ଶୋଭା ଯାତ୍ରା ସହର ପରିକ୍ରମା କରିଥିଲା। ଷ୍ଟେସନ ବଜାର ସ୍ଥିତ ବିବାହ ମଣ୍ଡପ ଠାରେ ପ୍ରାୟ ୭୦ରୁ ଉର୍ଦ୍ଧ୍ଵ ଫଟୋଗ୍ରାଫର ଓ ଭିଡିଓ ଗ୍ରାଫରଙ୍କ ଉପସ୍ଥିତିରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡ଼ିଶାର ଚିରପରିଚିତ ବର୍ଷିୟାନ ସିନେ କଳାକାର ଅସିତ ବରଣ ପତି ଯୋଗଦେଇ ଉଦବୋଧନ ଦେଇଥିଲେ।ଏହି ଅବସରରେ ବାରିପଦାର ବାର୍ଷିୟାନ ଫଟୋଗ୍ରାଫର ଅନନ୍ତ କୁମାର ବାଗଙ୍କୁ ମୁଖ୍ୟଅତିଥିଙ୍କ ଦ୍ୱାରା ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।
ମୟୁରଭଞ୍ଜ ଫଟୋଗ୍ରାଫର ଓ ଭିଡିଓ ଗ୍ରାଫର ଏସୋସିଏସନର ସଭାପତି ସଂଜୀବ କୁମାର ଦ୍ବିବେଦୀ, ସମ୍ପାଦକ ଭବାନୀ ଶଙ୍କର ରାମ, କୋଷାଧକ୍ଷ କୌଶିକ ଭକତ, ଉପ କୋଷାଧକ୍ଷ ଜି. ଜାନକୀ ରାମ ଯୋଗଦେଇ ଫୋଟଗ୍ରାଫର ଏବଂ ଭିଡିଓ ଗ୍ରାଫର ମାନଙ୍କର ବିଭିନ୍ନ ସମସ୍ୟା ବାବଦରେ ଆଲୋଚନା କରି ଆଗାମୀ ଦିନରେ ଏକଜୁଟ ହୋଇ କାମ କରିବାକୁ ପରାମର୍ଶ ଦେଇଥିଲେ। ଅପରାହ୍ନରେ ବାରିପଦାର ରଘୁନାଥ ସ୍ଥିତ ରୋଜମେରୀ ଆବାସିକ ରେ ରହୁଥିବା ମାନସିକ ଅନଗ୍ରସର ପିଲାମାନଙ୍କୁ ବିସ୍କୁଟ ଓ ଚକଲେଟ ବିତରଣ କରାଯାଇଥିଲା।

