ବାରିପଦା, ୦୭/୧୦(ପାଇକପୁଅ)ଶୁଳିଆପଦା ବ୍ଲକ ଅନ୍ତର୍ଗତ ଜୁଳୁକ ସ୍କୁଲ ପଡିଆରେ ୭ମ ବାର୍ଷିକ ଭୂମିଜ ଭାଷା ଦିବସ, ଭାରତୀୟ ଆଦିବାସୀ ଭୂମିଜ ସମାଜ ଓଡ଼ିଶା ଓ ରାଣୀ ଶିରୋମଣି ଯୁବକ ସଂଘ ମିଳିତ ଆନୁକୁଲ୍ୟରେ ପାଳିତ ହୋଇଯାଇଛି। ଏହି ଅବସରରେ ଜୁଳୁକ ଛକରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡା.କୃଷ ଚନ୍ଦ୍ର ମହାପାତ୍ରଙ୍କ କର କମଳରେ ଭୂମିଜ ବିଦ୍ରୋହ (ଚୁଆଳ ବିଦ୍ରୋହ)ର ସହିଦ ରାଣୀ ଶିରୋମଣି ସିଂଙ୍କର ଏକ ପ୍ରତିମୂର୍ତ୍ତି ଅନାବରଣ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ ଆଦିବାସୀ ସେଲ ସଭାପତି କାନ୍ଦାରା ସରେନ ମଧ୍ୟ ଉପସ୍ଥିତ ଥିଲେ। ଆୟୋଜିତ ସଭାରେ ମନ୍ତ୍ରୀ ଭୂମିଜ ମାନଙ୍କର ମୁଖ୍ୟ ଦାବି, ମୁଣ୍ଡାରୀ ଭାଷାକୁ ପ୍ରାଥମିକ ଶିକ୍ଷା ବ୍ୟବସ୍ଥାରେ ସାମିଲ କରିବା ପାଇଁ ବିହିତ ବ୍ୟବସ୍ଥା ଗ୍ରହଣ କରିବେ ବୋଲି ପ୍ରତିଶୃତି ଦେଇଥିଲେ। ଏହି ଅବସର ରେ ଭୂମିଜ ଭାଷାର ପୁସ୍ତକ ଉରୁମ ର ଅତିଥି ମାନେ ଉନ୍ମୋଚନ କରିଥିଲେ। ଏହି ଅବସରରେ ଭୂମିଜ ସମାଜର ଭାଷା ଓ ସାହିତ୍ୟ କୁ ଆଗେଇ ନେବାରେ ସାରଥୀ ସାଜିଥିବା ଲେଖକ, ସାହିତ୍ୟିକ, ୟୁଟ୍ୟୁବର ଗାୟକ, ସମାଜ ସେବୀ, ମାନତାନ ପାଇକ ସିଂ, ସନିଆ ସିଂ, ସୁଜାତା ସିଂ, ମଙ୍ଗୁ ସିଂ, ମହେନ୍ଦ୍ର ସିଂ, ଜଗନ୍ନାଥ ସିଂ ମିନତି ସିଂ ଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ଭୂମିଜ ସମାଜର ସଫଳ ଛାତ୍ର ଛାତ୍ରୀଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା। ସକାଳୁ ଭୂମିଜ ପାରମ୍ପରିକ ରୀତିନୀତି ଅନୁଯାୟୀ ବିଦ ଦିରି ପତାକା ଉତ୍ତୋଳନ, ପିଲାମାନଙ୍କ ମଧ୍ୟରେ ଭୂମିଜ ନାଚ, ଗୀତ ପାରମ୍ପରିକ ବେଶଭୂଷା ପ୍ରତିଯୋଗିତା, ଭୂମିଜ ଆଳାଙ୍ଗ କଚା ଓ ଭୂମିଜ ପାରମ୍ପରିକ ଖାଦ୍ୟ ପ୍ରଦର୍ଶନୀର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ଦଳିତ ଆଦିବାସୀ ମିଳିତ ମଞ୍ଚର ସଭାପତି ତଥା ରାଜନେତା ରାକେଶ ସିଂ, ରାଜକୁମାର ସିଂ, ମହେଶ୍ୱର ସିଂ ,କାଳିଚରଣ ସିଂ ଖଗେନ୍ଦ୍ର ସିଂ ,ଶିବ ସିଂ, ଅଜୟ ସିଂ, ଗୁରୁଭା ସିଂ, ମୁକ୍ତେଶ୍ୱରୀ ସିଂ, ଗୁପ୍ତେଶ୍ୱର ସିଂ, ମାନସୀ ସିଂ, ତପନ କୁମାର ସିଂ, ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଝାଡ଼ଖଣ୍ଡ, ପଶ୍ଚିମ ବଙ୍ଗ, ଓଡିଶାରୁ ସାମିଲ ହୋଇଥିଲେ । ରାଣୀ ଶିରୋମଣି ଯୁବକ ସଂଘର କର୍ମକର୍ତ୍ତା ଅଭିମନ୍ୟୁ ବିଶାଲ ସଂଜୟ ରାଜ କୁମାର ବାପି ତପି ଲୁସକୁ, ମିନତି, ଜୟନ୍ତୀ, ମଙ୍ଗୁଳି ବର୍ଷା, ରଶ୍ମିତା ପ୍ରମୁଖ ସଦସ୍ୟ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

