ବାରିପଦା, ୦୯/୦୨(ପାଇକପୁଅ)ବିଦ୍ୟାଳୟ ନିକଟରେ ନିଶା ତଥା ତମଖୁ ଜାତୀୟ ଦ୍ରବ୍ୟ ବିକ୍ରୀ ନିଷେଧ ହୋଇଥିବା ବେଳେ, ଏହି ଆଇନକୁ ବର୍ତ୍ତମାନ କଡାକଡି ଭାବରେ ପାଳନ କରିବା ନିମନ୍ତେ ଘନ ଘନ ଚଢ଼ାଉ କରାଯାଉଛି। ସୂଚନା ମୁତାବକ ଆଜି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ, ପୋଲିସ ବିଭାଗ, ଡ୍ରଗ ଇନ୍ସପେକ୍ଟର ମୟୂରଭଞ୍ଜ ରେଞ୍ଜ-୨ ଓ ଅବକାରୀ ବିଭାଗ ପକ୍ଷରୁ ମିଳିତ ଭାବେ ବାରିପଦା ସଦର ଥାନା ଅଞ୍ଚଳରେ ବିଭିନ୍ନ ଶିକ୍ଷା ଅନୁଷ୍ଠାନ ନିକଟସ୍ଥ ଓ ବଜାର ଅଞ୍ଚଳରେ ପାନ ଦୋକାନ, ଗ୍ରୋସେରୀ ଦୋକାନ ମାନଙ୍କରେ ଅଚାନକ ଚଢ଼ାଉ କରାଯାଇ ୧୦ଟି ଦୋକାନରୁ ବିଭିନ୍ନ ପ୍ରକାର ତମାଖୁ ଜାତୀୟ ନିଶା ଦ୍ରବ୍ୟ ଜବତ କରାଯିବା ସହିତ ତମଖୁ ଜାତୀୟ ନିଶା ଦ୍ରବ୍ୟ ବିକ୍ରି କରୁଥିବା ଅଭିଯୋଗରେ ୧୦ଟି ଦୋକାନରୁ ୨୦୦୦ ଟଙ୍କା ଜୋରିମାନା ଆଦାୟ କରାଯାଇଥିବାର ଜଣାଯାଇଛି।
