ମାଲକାନଗିରି,୦୯/୦୨ (ସୁଧାଂଶୁ ଶେଖର ମହାନ୍ତି)ମାଲକାନଗିରି ଜିଲ୍ଲା ପୋଲିସକୁ ପୁଣି ମିଳିଛି ସଫଳତା। ଗଞ୍ଜେଇ ତେଲ ତିଆରି କରି ଚାଲାଣ କରୁଥିବା ଚାଲାଣକାରୀ ଙ୍କ ରାକେଟ ଧରିବାରେ ସଫଳ ହେଇଛନ୍ତି।ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଥନା ଅନ୍ତର୍ଗତ ବଡ଼ପଦର ଗ୍ରାମ୍ୟ ଜଙ୍ଗଲରୁ ପୋଲିସ ସୂଚନା ପାଇ ଏକ ସ୍ୱତନ୍ତ୍ର ଟିମ ଗଠନ କରି ଚଢାଉ କରିଥିଲା। ଏହି ଚଢ଼ାଉରେ ୪ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ। ଗିରଫ ୪ ଜଣଙ୍କ ମଧ୍ୟରୁ ୨ ଜଣ ସୀମାନ୍ତ ଆନ୍ଧ୍ର ପ୍ରଦେଶର ବୋଲି ପୋଲିସ ସୂଚନା ଦେଇଛି। ୨ କେଜି ଗଞ୍ଜେଇ ତେଲ ସହ ୩୦ କେଜି ୧୦୦ ଗ୍ରାମ ଗଞ୍ଜେଇ ଜବତ ହୋଇଛି। ଏହା ସହିତ ତେଲ ପ୍ରସୂତି ମେସିନ, ପ୍ରେସର କୁକର, କମ୍ପ୍ରେସର, ଗ୍ୟାସ ବୋରନେର ଆଦି ଜବତ ହୋଇଥିବା ଜଣାପଡିଛି। ୨ କେଜି ଗଂଜେଇ ତେଲର ମୂଲ୍ୟ ପାଖାପାଖି ୨୫ ଲକ୍ଷ ଟଙ୍କା ହୋଇଥିବା ବେଳେ ଗତ ୩ ମାସ ପୂର୍ବେ ଅନୁରୂପ ଭାବରେ ପୂର୍ବରୁ ଜବତ ହୋଇଥିବା ୬୨ କେଜି ଗଂଜେଇ ତେଲର ମୂଲ୍ୟ ୭.୫ କୋଟି ଟଙ୍କା ବୋଲି ଏସପି ସୂଚନା ଦେଇଛନ୍ତି।୨୦୨୫ ରେ ମାଲକାନଗିରି ପୋଲିସ ୩୧ ଟନ ଗଂଜେଇ ଜବତ କରିଥିବା ବେଳେ ୨୦୨୪ରେ ୨୨ ଟନ ଗଞ୍ଜେଇ ଜବତ ହୋଇଛି।୨୦୨୫-୨୬ ଆର୍ଥିକ ବର୍ଷରେ ମାଲକାନଗିରି ପୋଲିସ ୧୨୮୨ ଏକର ଜମିରେ ଚାଷ ହୋଇଥିବା ବେଆଇନ ଗଂଜେଇ ଚାଷକୁ ନଷ୍ଟ କରିବାରେ ସଫଳ ହୋଇଛି ଏବଂ ମାଲକାନଗିରି ପୋଲିସ ଏହି ଭଳି ବେଆଇନ କାର୍ଯ୍ୟକ୍ରମକୁ କେବେ ବି ପ୍ରଶୟ ଦେବ ନାହିଁ। ଏଣୁ ଜନ ସାଧାରଣ ପୋଲିସ କୁ ସୋହଯୋଗ କରି ସୂଚନା ପ୍ରଦାନ କରିବା ନିମନ୍ତେ ଏସପି ବିନୋଦ କୁମାର ପାଟିଲ ଆହ୍ୱାନ ଦେଇଛନ୍ତି।
