ମାଲକାନଗିରି,୦୭/୦୨ (ସୁଧାଂଶୁ ଶେଖର ମହାନ୍ତି)ମାଲକାନଗିରି ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଜିଲ୍ଲା କାର୍ଯ୍ୟକର୍ତ୍ତା ମାନଙ୍କୁ ନେଇ ଏକ ସାଙ୍ଗଠନିକ ବୈଠକ ଆୟୋଜିତ ହୋଇଥିଲା। ଏହି ବୈଠକ ଟି ଜିଲ୍ଲା ସଭାପତି ଅଶୋକ କୁମାର ପରିଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା। ବୈଠକରେ ଜିଲ୍ଲାର ସମସ୍ତ ବ୍ଲକର ପ୍ରଭାରୀ, ମଣ୍ଡଳ ସଭାପତି ଓ ସମ୍ପାଦକମାନେ ଉପସ୍ଥିତ ଥିଲେ। ପ୍ରଥମେ ଅତିଥି ମାନେ ଭାରତୀୟ ଜନତା ପାର୍ଟି ର ପ୍ରତିଷ୍ଠାତା ଡ଼ଃ ଶ୍ୟାମା ପ୍ରସାଦ ମୁଖାର୍ଜୀ ଓ ଦିନଦୟାଲ ଉପାଧ୍ୟାୟଙ୍କ ତୈଳଚିତ୍ର ସମ୍ମୁଖରେ ପ୍ରଦୀପ ପ୍ରଜ୍ବଳନ କରିଥିଲେ।ପ୍ରାରମ୍ଭରେ ବନ୍ଦେ ମାତରଙ୍ଗ ସଙ୍ଗୀତ ଗାନ କରାଯାଇଥିଲା। ଏଥି ସହ ବିଗତ ଦିନରେ ମୃତ୍ୟୁବରଣ କରିଥିବା ବରିଷ୍ଠ ସଦସ୍ୟ ସତ୍ୟ ସରଣ ପାଲ ଙ୍କ ନିମନ୍ତେ ଶ୍ରଦ୍ଧାଞ୍ଜଳି ପୂର୍ବକ ୨ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ମାଲକାନଗିରି ଜିଲ୍ଲାରେ ଭାଜପା ସଂଗଠନ କୁ ଅଧିକ କ୍ରିୟାଶୀଳ କରିବା ସହ ଅଧିକ ରୁ ଅଧିକ ସଦସ୍ୟଙ୍କୁ ଯୋଡିବା ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ବୁଥ ସ୍ଥରରେ ବୁଥ କମିଟି, ଶକ୍ତି କେଦ୍ର ପ୍ରମୁଖ, ନୂତନ ବୁଥ ଲେବେଲ ଏଜେଣ୍ଟ, ମନକୀ ବାତ ପ୍ରମୁଖ ଚୟନ କରିବା ସହ ଆଗାମୀ ଦିନରେ ଜିଲ୍ଲାରେ ସଂଗଠନ କୁ ମଜବୁତ କରିବାକୁ ଜିଲ୍ଲା ସଭାପତି ଶ୍ରୀ ପରିଡା ଆହ୍ୱାନ ଦେଇଥିଲେ। ଅନ୍ୟତମ ମଞ୍ଚାସୀନ ଅତିଥି ତଥା ରାଜ୍ୟ ଉପ ସଭାପତି ତଥା ମଲକନାଗିରି ଜିଲା ପ୍ରଭାରୀ ଶ୍ରୀ ରମେଶ ସାହୁ ଜିଲ୍ଲା ଭାଜପା କୁ ସାଙ୍ଗଠନିକ ସ୍ଥରର ମଜବୁତ କରିବା ସହ ବିଭି ରାମ ଜି, ଏସଆଇଆର କୁ ନେଇ ଚଳାଇଥିବା ଅପପ୍ରଚାର ବିରୋଧରେ ତୃଣମୂଳ ସ୍ଥରରେ ଜନମତ ସୃଷ୍ଟି କରିବା ପୂର୍ବରୁ ହେଉଥିବା ବାଟମାରଣା ରୋକିବା ସହ ଏହି ଯୋଜନା ଗୁଡିକର ସୁଫଳ ଓ ଏହା ଲୋକାଭିମୁଖି ଯୋଜନା ଭାବେ କିଭଳି ପୂର୍ବ ଯୋଜନାଠାରୁ ଅଧିକ ଲାଭ ଦାୟକ ଏଥିରେ ଜଳ ସଂରଣକ୍ଷ, ଭିତ୍ତିଭୂମି ବିକାଶ ଗ୍ରାମୀଣ ବିକାଶ ରହିଛି ସେ ବିଷୟରେ ଅଵଗତ କରାଇଥିଲେ। ଏହା ସହ କେନ୍ଦ୍ର ସରକାରଙ୍କ ୬୦%(ଭାଗ ) ଓ ରାଜ୍ୟ ସରକାରଙ୍କ ୪୦%(ଭାଗ) ଅବଦାନରେ ରାଜ୍ୟରେ ବିକାଶ ହେବ ସହ କେନ୍ଦ୍ର ସରକାରଙ୍କ ଆଗମୀ ଭିଜନ ୨୦୪୭ ଓ ରାଜ୍ୟ ସରକାରଙ୍କ ଭିଜନ ୨୦୩୬ କିଭଳି ରୂପାୟନ ହୋଇପାରିବ ସେନେଇ ସେ ମତ ପୋଷଣ କରିଥିଲେ । ଆଗାମୀ ପଞ୍ଚାୟତ ନିର୍ବାଚନ, ପୌରପାଳିକା ଓ ବିଜ୍ଞାପିତ ଅଞ୍ଚଳ ନିର୍ବାଚନରେ ବୁଥ ତଥା ମଣ୍ଡଳ ସ୍ତରରେ ରାଜ୍ୟରୁ ଆସିଥିବା ଗୁରୁ ଦାୟିତ୍ୱ କୁ ସାଥି ଭାବେ ପାଳନକରି ଆଗକୁ ବଢିବାକୁ ନିର୍ଦ୍ଦେଶ ଦେଇଥିଲେ। ଆଜିର ଏହି ବୈଠକରେ ମାଲକାନଗିରି ବିଧାୟକ ନରସିଂହ ମାଡକାମୀ, ଚିତ୍ରକୋଣ୍ଡା ପୂର୍ବତନ ବିଧାୟକ ଡମ୍ବୁରୁ ଶୀଶା, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦଶରଥ ପଡ଼ିଆମି, ମାଥିଲି ବ୍ଲକ ଚେୟାରମ୍ୟାନ ମହେଶ ବାକା, ସମସ୍ତ ମଣ୍ଡଳ ସଭାପତି, ସମ୍ପାଦକ, ଜିଲ୍ଲା ଅଧିକାରୀ ସମେତ ସାଧାରଣ ସମ୍ପାଦକ ମାଣିକ ଲାଲ ଚକ୍ରବର୍ତୀ, ନବଘନ ଲୋକେଇ, କୋଷାଧ୍ୟକ୍ଷ ସଞ୍ଜୟ ସରକାର, ବିଧାୟକ ପ୍ରତିନିଧି ନିହାର ରାୟ, ଭବାନୀ ମୁଖାର୍ଜୀ, ସୁଲତା ମଣ୍ଡଳ, ସାବିତ୍ରୀ ପଡ଼ିଆମି ,ପ୍ରମିଳା ଦାସ, ଗଙ୍ଗା ସୋଡି, ଦେବି ମାଡି, ସବିତା ମିଶ୍ର, ଇ ଭେଙ୍କଟ ରାଓ, ବିଜେପି ଜିଲ୍ଲା ମିଡ଼ିଆ ପ୍ରମୁଖ ବି ଶ୍ରୀନିବାସ ପାତ୍ର, ସୋସିଆଲ ମିଡ଼ିଆ ପ୍ରମୁଖ ଦୀପକ ସାହା ସମେତ ଅନେକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥଲେ।
