କୋଣାର୍କ, ୨୬/୦୯(ପାଇକପୁଅ)- ବିଜୁ ଜନତା ଦଳର ସଙ୍ଗଠନକୁ ତୃଣ ମୂଳ ସ୍ତରରୁ ଅଧିକ କ୍ରିୟାଶୀଳ କରିବା ପାଇଁ ଦଳର ସଭାପତି ନବୀନ ପଟ୍ଟନାୟକ ପୁରୀ ଜିଲ୍ଲା ପାଇଁ ନୂତନ ସାଙ୍ଗଠନିକ କମିଟି ଘୋଷଣା କରିଛନ୍ତି। ବିଭିନ୍ନ ବ୍ଲକର ବରିଷ୍ଠ ନେତାଙ୍କୁ ଗୁରୁ ଦାୟିତ୍ଵ ଦିଆଯାଇଛି।ଏହି କମିଟି ର କାର୍ଯ୍ୟକାରୀ ସଭାପତି ଭାବରେ ପୁରୀ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ତଥା କାକଟପୁର ନିର୍ବାଚନ ମଣ୍ଡଳୀର ବରିଷ୍ଠ ନେତା ସ୍ଵାଧୀନ କୁମାର ନାୟକଙ୍କୁ ଦଳ ଚୟନ କରିଛି।ଗୋପ ବ୍ଲକର ସୂତନ ପଞ୍ଚାୟତର ନୋମିନି କାଶୀନାଥ ନାୟକଙ୍କ ଉପରେ ଦଳ ଭରସା କରି ତାଙ୍କୁ ପୁରୀ ଜିଲ୍ଲା ସାଧାରଣ ସମ୍ପାଦକ ଭାବରେ ଦଳ ଚୟନ କରିଛି।କାଶୀନାଥ ବେହେରା ଜଣେ ତୃଣମୂଳ ସ୍ତରର ଭଲ ସଂଗଠକ ହୋଇଥିବାରୁ ବିଜୁ ଜନତା ଦଳ ତାଙ୍କ ଉପରେ ଭରସା କରି ପୁରୀ ଭଳି ଜିଲ୍ଳାର ସଙ୍ଗଠନ ସମ୍ପାଦକ ଦାୟିତ୍ଵ ମିଳିଛି।ସେ ତାଙ୍କ ମନ୍ତ୍ୟବ୍ୟରେ କହିଛନ୍ତି,ଏ ଦାୟିତ୍ଵରେ ବହୁତ୍ ଖୁସି ଅଛନ୍ତି ଓ ମିଳିଥିବା ଏହି ଦାୟିତ୍ଵକୁ ଆଗାମୀ ଦିନରେ ସେ ସୁଚାରୁରୂପେ ତୁଲାଇବେ।

