କଲ୍ୟାଣସିଂହପୁର, ୦୭/୦୨(ପାଇକପୁଅ)ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପାର୍ଶାଲି ପଞ୍ଚାୟତରେ ଥିବା କାନସୁର ସରକାରୀ (ଏସ ଏସ ଡି)ବାଳିକା ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବଆଡମ୍ବରରେ ପାଳନ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ରଞ୍ଜନ କୁମାର ଧଳ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବ ତହସିଲଦାର ରଞ୍ଜନ କୁମାର ମାନସେଠ ଯୋଗଦେଇ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ ।ମୁଖ୍ୟ ବକ୍ତା ଭାବେ ଓଡିଶା ଆଦର୍ଶ ବିଦ୍ୟାଳୟ ର ଅଧକ୍ଷ ସଂଗୀତ ପାଲକା ରହିଥିବା ବେଳେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଦୀନବନ୍ଧୁ କାଡ୍ରାକା, ଅଞ୍ଚଳବାଡ଼ି ପ୍ରାଥମିକ ସେବାଶ୍ରମ ର ପ୍ରଧାନ ଶିକ୍ଷକ ତ୍ରିନାଥ ଶବର, ଓଡିଶା ଆଦର୍ଶ ବିଦ୍ୟାଳୟ ର ବିଜ୍ଞାନ ଶିକ୍ଷକ ଆଲୋକ କୁମାର ପାଟନାୟକ, ଶିବ ନାରାୟଣ ବରିହା, ପାର୍ଶାଲି ଆଞ୍ଚଳିକ ସାଧାନକେନ୍ଦ୍ର ସଂଯୋଜକ ଭାସ୍କର କାଡ୍ରାକା ସଂମ୍ମାନୀୟ ଅତିଥି ଭାବେ ମଞ୍ଚାସିନ ରହିଥିଲେ।ଡଙ୍ଗରିଆ ଛାତ୍ରୀମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ଗାନ ଓ ନୃତ୍ୟ ସହ ସ୍ୱାଗତ କରାଯାଇଥିଲା ।ବିଦ୍ୟାଳୟ ର ସହକାରୀ ଶିକ୍ଷୟିତ୍ରୀ ତାପସ୍ୱିନୀ ଖଣ୍ଡାଇ ସ୍ୱାଗତ ଭାଷଣ ଅତିଥି ପରିଚୟ ପ୍ରଦାନ କରିବା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।ଅତିଥୀଙ୍କ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତକରିବା ପରେ ଜଗନ୍ନାଥ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ପ୍ରଦୀପ ପ୍ରଜ୍ଵଳନ କରି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ।ପ୍ରଧାନଶିକ୍ଷକ ରଞ୍ଜନ କୁମାର ଧଳ ବାର୍ଷିକ ବିବରଣୀ ପଠନ କରିଥିଲେ । ଅତିଥୀଙ୍କ ଅଭିଭାଷଣ କିଭଳି ଛାତ୍ର ଛାତ୍ରୀ ନିଜର ଭବିଷ୍ୟତ ଉଜ୍ଜ୍ୱଳ କରିପାରିବେ ତାହା ଅତି ସରଳ ଭାଷାରେ ବୁଝାଇଥିଲେ। ପାଠ ପଢିବା ସହ କ୍ରୀଡ଼ାର ଆବଶ୍ୟକତା ବିଷୟରେ ମତ ଦେଇଥିଲେ ।
ବାର୍ଷିକ କ୍ରୀଡ଼ାଉତ୍ସବରେ କୃତିତ୍ୱ ଛାତ୍ର ଛାତ୍ରୀ ଙ୍କୁ ଅତିଥୀଙ୍କ ଦ୍ୱାରା ପୁରସ୍କୃତ କରିଥିଲେ । ଶେଷରେ ବିଦ୍ୟାଳୟର ଛାତ୍ରୀ ଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଏହାକୁ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ , ଅଭିଭାବକ, ଆମନ୍ତ୍ରିତ ଶିକ୍ଷକ ପ୍ରମୁଖ ଉପସ୍ଥିତ ରହି ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ।
