ମୁନିଗୁଡା,୭/୨(ପାଇକପୁଅ)ଵିଧିବଧ ଭାବେ ଜିଲ୍ଲାକୁ ସୁଦୃଢ କରିବା ପାଇଁ ଶଙ୍ଖ ଭବନ ଠାରୁ ନିର୍ଦ୍ଧେଶ ଆସିବା ପରେ ମୁନିଗୁଡା ରାଜନୀତିରେ ଚଳଚଞ୍ଚଳ ଦେଖିବାକୁ ମିଳିଛି। ରାୟଗଡା ବିଜୁଜନତା ଦଳ ୧୦ଜଣଙ୍କ ନାମ ଉପସଭାପତି ଭାବରେ ଘୋଷଣା ହୋଇଥିବା ବେଳେ ସେଥିରେ ପୂର୍ଣ୍ଣ ଚଦ୍ର ଗୌଡ଼ଙ୍କୁ ମଧ୍ୟ ଦଳ ଦାଇତ୍ୱ ଦେବାପରେ ମୁନିଗୁଡା ରାଜନୀତି ଉଷ୍ମ ହେବାର ଲାଗିଛି। ଶ୍ରୀ ଗୌଡ଼ ବିଜୁବାବୁଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ୧୯୮୯ ମସିହା ଠାରୁ ଜନତା ଦଳରେ ସାମିଲ୍ ହୋଇ ୨୦୦୨ ଠାରୁ ୨୦୦୪ ପଯ୍ୟନ୍ତ ଯୁବବିଜୁଜନତା ଦଳରେ ସମ୍ପାଦକ ଭାବରେ ନିଜର କାର୍ଯ୍ୟ ସମ୍ପାଦନ ତୁଲାଇ ଥିଲେ, ପରେ ୨୦୨୦ ଠାରୁ ୨୦୨୫ ପଯ୍ୟନ୍ତ ସାଧାରଣ ସମ୍ପାଦକ ଭାବେ ନିଜ ଦକ୍ଷ ରାଜନୀତୀର ୮ଟି ଵିଧାନସଭା ଓ ୧୦ଟି ଲୋକ ସଭା ନିର୍ବାଚନରେ ନିଜ ଦଳ ପାଇଁ ଗୋଟି ଚାଳନା କରି ଦଳକୁ ସୁଫଳ କରାଇ ଥିବା ଶ୍ରୀ ଗୌଡ଼ ମୁନିଗୁଡା ଅଞ୍ଚଳରେ ବିଜୁଜନତାଦଳର ଚାଣକ୍ୟ ଭାବେ ଵେସ୍ ପରୀଚିତ। ବର୍ତମାନ ଦଳର ସୁପ୍ରିମ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଶ୍ରୀ ଗୌଡ଼ଙ୍କୁ ଉପ ସଭାପତି ଭାବେ ଦାୟିତ୍ୱ ଦେବାପରେ ଶ୍ରୀ ପୂର୍ଣ୍ଣ ଚଦ୍ର ଗୌଡ଼ଙ୍କ ପାଖକୁ ଶୁଭେଚ୍ଛାର ଶୁଅ ଛୁଟୁଛି। ଶ୍ରୀ ଗୌଡ଼ କହିଛନ୍ତି ଦଳ ଯାହା ଦାଇତ୍ୱ ଦେବ ତାକୁ ମୁଁ ସୂଚାରୁ ରୁପେ ତୁଲାଇଵି।
