କାଲିମେଳା:୧୫/୧୧(ସନ୍ତୋଷ କୁମାର ପଣ୍ଡା):ଗାର୍ଲଫ୍ରେଣ୍ଡଙ୍କୁ ଜନ୍ମ ଦିନରେ ଆଇଫୋନ ଗିଫ୍ଟ ଦେବା ପାଇଁ ଟଙ୍କା ଜୋଗାଡ଼ କରିବା ଚକରରେ ଗଞ୍ଜେଇ ଚାଲାଣ କରୁଥିବା ଦୁଇ ଯୁବକ ମାଲକାନଗିରି ଜିଲ୍ଲାର ଏମ୍. ଭି-୭୯ ଥାନା ପୁଲିସଙ୍କ ହାତରେ ଧରା ପଡ଼ିଛନ୍ତି। ପେଟ୍ରୋଲିଂ କରୁଥିବା ସମୟରେ ଏମ୍.ଭି-୭୯ ପୁଲିସ ଟିମ୍ ଲାଛିପେଟା ଛକ ନିକଟରେ ସନ୍ଦେହଜନକ ଏକ୍ଟିଭା ସ୍କୁଟିକୁ ଚେକିଙ୍ଗ କରିଥିଲେ। ସେଥିରେ ମୋଟ ୨୨ କିଲୋ ଗଞ୍ଜେଇ ମିଳିଥିଲା। ମଧ୍ୟରାତିରେ ସେମାନେ ଗଞ୍ଜେଇକୁ ଅନ୍ୟ ଅଞ୍ଚଳକୁ ନେଇ ଉଚ୍ଚ ମୂଲ୍ୟରେ ବିକି ଟଙ୍କା ଯୋଗାଡ଼ କରିବା ଚେଷ୍ଟା କରୁଥିବା ତଥ୍ୟ ମିଳିଛି।ଧରାପଡ଼ିଥିବା ଯୁବକ ଦୁଇଜଣ ହେଲେ ଟି. ତ୍ରିନାଥ କୁମାର ବି. ୟୁଵାଚାରଣ ଆଦିତ୍ୟ,ଉଭୟେ ତେଲେଙ୍ଗାନା ରାଜ୍ୟର ଖମ୍ମମ ଜିଲ୍ଲାର ବାସିନ୍ଦା। ପୁଲିସ ସୂତ୍ର ଅନୁସାରେ ଗଞ୍ଜେଇର ବଜାର ମୂଲ୍ୟ ପ୍ରାୟ ୧ ଲକ୍ଷ ୫୦ ହଜାର ଟଙ୍କା ହେବା ସହିତ ଚାଲାଣରେ ବ୍ୟବହୃତ ଏକ୍ଟିଭା ସ୍କୁଟିକୁ ମଧ୍ୟ ଜବତ କରାଯାଇଛି। ତେବେ ଦୁଇ ଯୁବକ ଗାର୍ଲଫ୍ରେଣ୍ଡଙ୍କୁ ଜନ୍ମଦିନ ରେ ଆଇଫୋନ ଗିଫ୍ଟ ଦେବା ପାଇଁ ଟଙ୍କା ଜୋଗାଡ଼ କରିବା ପାଇଁ ଗଞ୍ଜେଇ ଚାଲାଣ କରୁଥିବା ବେଳେ ଧରା ପଡ଼ିଥିବା ଏମି.ଭି-୭୯ ଥାନା ଅଧିକାରୀ ଚନ୍ଦ୍ରକାନ୍ତ ତାଣ୍ଡି ସୂଚନା ଦେଇଛନ୍ତି।

