ଯୋଡା,୧୫/୧୧(ପାଇକପୁଅ) ମଧୁମେହ ରୋଗ ବିଷୟରେ ଜନ ସଚେତନତା ସୃଷ୍ଟି କରି ଟାଟା ଷ୍ଟିଲ ଯୋଡାଠାରେ ଶୁକ୍ରବାର ଦିନ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମଗୁଡିକ ଟାଟା ମେନ ହସ୍ପିଟାଲ, ଯୋଡା, ଖଣ୍ଡବନ୍ଧ ଲୌହ ଖଣି, ଯୋଡା ଇଷ୍ଟ ଲୌହ ଖଣି, ବିଚାକୁଣ୍ଡି, ବାମେବାରି ଲୌହ ଖଣି ଏବଂ ନିକଟସ୍ଥ ବିଲେଇପଦI ସ୍ପଞ୍ଜ କାରଖାନା ଠାରେ ଅଭିଜ୍ଞ ଡାକ୍ତର ମାନଙ୍କ ଦ୍ଵାରା ଆୟୋଜିତ ହୋଇଯାଇଛି I ଟାଟା ମେନ ହସ୍ପିଟାଲ, ଯୋଡା, ର ମୁଖ୍ୟ ଚିକିତ୍ସା ଅଧିକାରୀ ଡକ୍ଟର ତାପସ ଷଡଙ୍ଗୀ ଙ୍କ ତତ୍ତ୍ଵାବଧାନରେ ଏହି କାର୍ଯ୍ୟକ୍ରମ ଗୁଡିକ ଆୟୋଜନ କରାଯାଇଥିଲା I
ଏଥିରେ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା, ଉତ୍ତମ ଖାଦ୍ୟଭାସ, ବ୍ୟାୟମ, ଯୋଗାଭାସ କରିବା ସହ, ଗୁଟକା ଓ ଧୂମ୍ରପାନ ନିଷେଧ ଆଦି ଉପରେ ଗୁରୁତ୍ଵ ଦିଆଯାଇଥିଲା। ଦୈନନ୍ଦିନ କାର୍ଯ୍ୟଚାପ ରୁ ମୁକ୍ତ ରହି ନିୟମିତ ବ୍ୟାୟାମ ଓ ପରିଚର୍ଯ୍ୟI ଦ୍ଵାରା କିପରି ନିଜକୁ ସୁସ୍ଥ ରଖି ହେବ, ତାହା ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା I
କମ୍ପାନୀ ଓ କର୍ମଚାରୀମାନଙ୍କ ମିଳିତ ସହଯୋଗିତାରେ ଲୋକମାନଙ୍କୁ ମଧରେ ସଚେତନତା ସୃଷ୍ଟି କରିବା ଲାଗି କମ୍ପାନିର ରହିଥିବା ପ୍ରତିବଦ୍ଧତାକୁ ଏହି କାର୍ଯ୍ୟକ୍ରମ ଦର୍ଶାଉଛି।

