ବାରିପଦା,୧୫.୧୧(ପାଇକପୁଅ) ବୈଶିଙ୍ଗା ଥାନା ଅନ୍ତର୍ଗତ ଗୋବିନ୍ଦରାୟପୁରସ୍ଥିତ ଜାମିଏତ୍-ଉଲ୍-ସିଦ୍ଦିକି ମଦ୍ରାସା ଓ ଥଇବା ପବ୍ଲିକ୍ ସ୍କୁଲର ମିଳିତ ଆନୁକୂଲ୍ୟରେ ଶିଶୁ ଦିବସ-୨୦୨୫ ଉପଲକ୍ଷେ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଏକ ନିବନ୍ଧ ଓ ସାଧାରଣ ଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜମିୟତ୍-ଉଲ୍-ସିଦ୍ଦିକି ମଦ୍ରାସାର ଇମାମ୍ ସକିଲ୍ ଖାନ୍ ଓ ଆବୁ-ବକର-ସିଦ୍ଦିକି ର ଇମାମ୍ ସେକ୍ ସାଜିଦ୍ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ମଦ୍ରାସା ର ସମ୍ପାଦକ ସର୍ଫରାଜ୍ ଖାନ୍, ମୈଲାନା ସେକ୍ ସମିର୍, ସେକ୍ କୈସର୍, ମାଲିକ୍ ମହିଉଦ୍ଦିନ୍ ଆଦି ଯୋଗଦାନ କରିଥିଲେ।
କାର୍ଯ୍ୟକ୍ରମର ବିଷୟବସ୍ତୁ ଭାବେ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜିବନୀ ଓ ଭାରତର ସ୍ଵାଧୀନତାରେ ତାଙ୍କର ଅବଦାନକୁ ନେଇ ଆଲୋଚନା ହୋଇଥିଲା । ମଦ୍ରାସା ର ଇମାମ୍ ମାନେ ଛାତ୍ରଛାତ୍ରୀମାନଙ୍କୁ ତାଙ୍କର ଅଭିଭାଷଣ ମାଧ୍ୟମରେ ନେହେରୁଙ୍କ ସଂପର୍କରେ ଅବଗତ କରାଇଥିଲେ ଓ ପିଲାମାନଙ୍କ ପ୍ରତି ତାଙ୍କର ଭଲପାଇବାକୁ ଉଜାଗର କରିଥିଲେ । ଶେଷରେ କୃତି ଛାତ୍ର ଛାତ୍ରୀଙ୍କୁ ପୁରସ୍କାର ବିତରଣ କରାଯାଇଥିଲା ଓ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା ।

