ଯୋଡ଼ା, ୨୧/୦୯(ପାଇକପୁଅ)କେନ୍ଦଝର ଜିଲ୍ଲା ଯୋଡ଼ା ଖଣି ମଣ୍ଡଳ ଅଧୀନ ରେ ଥିବା ନାୟାଗଡ଼ ରେଳ ସାଇଡିଂ ନିକଟରେ ବେଆଇନ ଭାବେ ଲୁହାପଥର ଲୋଡ୍ କରି ପରିବହନ କରାଯାଉଥିବା ବେଳେ ଖଣି ବିଭାଗର ବିଶେଷ କାର୍ଯ୍ୟରତ ସେନା ଚଢ଼ାଉ କରି ପ୍ରାୟ ୬୦ ମେଟ୍ରିକ ଟନ୍ ଲୁହାପଥର, ୨ଟି ହାଇୱା ଓ ଗୋଟିଏ ଜେସିବି ମେସିନ ଜବତ କରିଛି। ତେବେ ଘଟଣାରେ ସମ୍ପୃକ୍ତ ୭ ଜଣଙ୍କୁ ଗିରଫ କରାଯାଇଥିବା ଖଣି ବିଭାଗ ପକ୍ଷରୁ ସୂଚନା ମିଳିଛି।
ବିଭାଗୀୟ ସୂଚନା ଅନୁଯାୟୀ, ଶନିବାର ରାତିରେ ନାୟାଗଡ଼ ଡମ୍ପୟାର୍ଡ ଅଞ୍ଚଳରୁ ନାୟାଗଡ଼ ରେଳ ସାଇଡିଂ ନିକଟକୁ ବିନା ବୈଧ ଲାଇସେନ୍ସ କିମ୍ବା ଅନୁମତିରେ ଲୁହାପଥର ଲୋଡିଂ ଓ ପରିବହନ କରାଯାଉଥିବା ଖବର ପାଇ ଟାସ୍କଫୋର୍ସ ଟିମ୍ ଅତର୍କିତ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ଖଣିଜ ବୋଝେଇ ଜେ.ଏଚ-୧୨-ଏନ-୬୮୪୨ ଓ ଜେ.ଏଚ-୦୨-ଏ.କ୍ୟୁ-୩୯୨୮ ନମ୍ବର ବିଶିଷ୍ଟ ୨ଟି ହାଇୱା ସହ ଗୋଟିଏ ନମ୍ବରବିହୀନ ଜେସିବି ମେସିନ ଜବତ କରାଯାଇଥିଲା।
ଜବତ ଜେସିବିର କୌଣସି ପଞ୍ଜୀକରଣ ନମ୍ବର ନଥିବା ବେଳେ ଏହାର ଚେସିସ୍ ନମ୍ବର ଏଚ ଏ ଆର 3ଡି ଏକ୍ସ ଇ 5କେ ୦୩୪୪୬୯୨୯ବୋଲି ଜଣାପଡ଼ିଛି।
ଘଟଣାରେ ଝାଡ଼ଖଣ୍ଡର ସରାଇକେଲା-ଖରସୁଆଁ ଓ ପଶ୍ଚିମ ସିଂହଭୂମ ଜିଲ୍ଲାର ନୂଆମୁଣ୍ଡି ଅଞ୍ଚଳ ସମେତ କେନ୍ଦୁଝର ଜିଲ୍ଲା ଚମ୍ପୁଆ ଅଞ୍ଚଳର **ରାଜ କୁମାର ମହାତୋ (୧୯), ଅବିନାଶ ଗୌଡ଼ (୨୮), କମରାନ ରଜା (୨୯), ମହମ୍ମଦ ଆରିଫ୍ (୨୧), ବିକାଶ ଗୌଡ଼ (୨୪), ରତନ ସୋରେନ୍ (୨୪) ଓ ମହମ୍ମଦ ଅମରାନ୍ (୨୮)ଙ୍କୁ ଗିରଫ କରାଯାଇଛି।
ଏନେଇ ବାମେବାରୀ ଥାନାରେ କେସ୍ ନମ୍ବର ୨୨୪, ତାରିଖ ୨୦/୯/୨୦୨୬ରେ ମାମଲା ରୁଜୁ ହୋଇଛି। BNS ଧାରା ୩୦୩(୨), ୩(୫) ସମେତ ଏମ ଏମ ଡ଼ି ଆର ଆକ୍ଟ ଓ ଓ ଏମ ପି ଟି ଏସ ନିୟମ ଅନୁଯାୟୀ ମାମଲା ରୁଜୁ କରାଯାଇଛି ତେବେ ହୋଇଥିବା ଏହି ଅପରାଧିକ କାଯ୍ୟ ରେ ଆଉ କେହି ସମ୍ପୃକ୍ତ ଆଛନ୍ତି କି ନାହିଁ ଯାଞ୍ଚ ଚାଲିଥିବା ଜଣାପଡ଼ିଛି।

