ଯୋଡ଼ା,୧୮/୦୮(ପାଇକପୁଅ) କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ଅନ୍ତର୍ଗତ ପିଢ଼ପୋଖରୀ ଅଞ୍ଚଳରେ ଖଣିଜ ଚୋରା କାରବାର ହେଉଥିବା ଖବର ପାଇ ବାମେବାରୀ ପୋଲିସ ଗତ କାଲି ବିଳମ୍ବିତ ରାତିରେ ଚଢ଼ାଉ କରି ଖଣିଜ ବୋଝେଇ ତିନୋଟି ହାଇୱା ଟ୍ରକ ସହ ଚୋରା କାରବାରରେ ବ୍ୟବହୃତ ଦୁଇଟି ବୋଲେରୋ ଓ ଗୋଟିଏ ସ୍କର୍ପିଓ ଜବତ କରିଛି।
ପୋଲିସ ସୂଚନା ଅନୁଯାୟୀ, ଜବତ ହୋଇଥିବା ହାଇୱାଗୁଡ଼ିକର ନମ୍ବର ଓ ଡି ୧୪ଏ କେ ୩୭୬୯, ଓ ଡି୧୪ଏକେ-୩୨୨୭ ଓ ଓଡି ୦୯ଭି-୬୯୨୧ସହ ଦୁଇଟି ବୋଲେରୋ ଯଥା ଓଡି ୦୯ପି କିଉ-୨୯୯୪ ଓ ଓଡି ୧୪ଏକେ-୪୭୦୩ ଏବଂ ସ୍କର୍ପିଓର ନମ୍ବର ଓଡି ୦୯କେ-୨୭୮୭ ବୋଲି ଜଣାପଡ଼ିଛି। ତେବେ ଅଭିଯୁକ୍ତ ମାନେ ହେଲେ ଯୋଡ଼ା ଅଞ୍ଚଳର ୧. ଅବଦୁଲ ତନବୀର (୪୫), ବାଚୁ ହଟିଂ ସତ୍ୟକୀ ପ୍ରିୟଦର୍ଶନ ବେହେରା,(୪୪) ଶାସ୍ତ୍ରୀ ନଗର, ସୁଶୀଲ କାନ୍ତ ଦଳେଇ (୪୩), ଶାସ୍ତ୍ରୀ ନଗର ଏବଂ ସୁନ୍ଦରଗଡ଼ , କୋଇଡା ଅଞ୍ଚଳର ବଂଶୀ ପାତ୍ର (୧୯), .ସୁଧୀର କୁମାର ବାରିକ (୨୮) ଲହୁଣୀ ପଡା, ଭୁଟୁଦା, ବିକାଶ ବାରିକ (୨୧) ରେଙ୍ଗାଲି, ମହୁଲ ଡିହା , ସୁନ୍ଦରଗଡ।
ଜବତ ଖଣିଜର ପରିମାଣ ପ୍ରାୟ ୧୧୫.୫ ମେଟ୍ରିକ ଟନ୍ ବୋଲି ଆକଳନ କରାଯାଇଛି।ଏହି ଘଟଣାରେ ୬ ଜଣଙ୍କୁ ବାମେବାରୀ ପୋଲିସ (ବି ଏ ନ ଏ ସ) ଧାରା ୩୦୩(୨) ଓ ୩(୫) ଅନୁଯାୟୀ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି।
ଖଣି ଅଞ୍ଚଳରେ ଖଣିଜ ଚୋରା କାରବାର ଉପରେ ପୋଲିସ ଏହି ଜବତ ଖଣିଜ କେଉଁଠାରୁ ଉତ୍ତୋଳନ ହୋଇଥିଲା, ଏହାର ପରିବହନ ଓ ଚୋରା କାରବାର ପଛରେ ଆଉ କିଏ କିଏ ସମ୍ପୃକ୍ତ ଅଛନ୍ତି, ସେ ନେଇ ପୋଲିସ ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି।

