ବାରିପଦା, ୧୮/୦୮(ପାଇକପୁଅ)ବନ୍ଦେମାତରମର ୧୫୦ତମ ଜନ୍ମବାର୍ଷିକୀ ପାଳନ ଅବସର ରେ ଜିଲ୍ଲାର ଅଗ୍ରଣୀ ସାରସ୍ବତ ଅନୁଷ୍ଠାନ ମୟୂରଭଞ୍ଜ ସାହିତ୍ୟ ପରିଷଦ ତରଫରୁ ପରିଷଦ ସଭାଗୃହରେ ବନ୍ଦେମାତରମ କବିତା ପାଠୋତ୍ସବ ଆୟୋଜିତ ହୋଇଯାଇଛି।ପରିଷଦର ସଭାପତି ପଦ୍ମନାଭ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ କବି ତଥା ସମାଜସେବୀ କବି ବିଷ୍ଣୁ ଶତପଥୀ ମୁଖ୍ୟ ଅତିଥି, ପଣ୍ଡିତ ଭାଗବତ ପଣ୍ତା ମୁଖ୍ୟବକ୍ତା, ବରିଷ୍ଠ ଶିକ୍ଷାବିତ ବୀଣାପାଣି ପଣ୍ତା ସମ୍ମାନିତ ଅତିଥି ଭାବରେ ଭାବରେ ଯୋଗଦେଇ ସାହିତ୍ୟ କିଭଳି ଦେଶର ସ୍ବାଧୀନତା ପ୍ରାପ୍ତିରେ ପ୍ରମୁଖ ଭୂମିକା ନେଇ ପାରେ ତା’ର ପ୍ରକୃଷ୍ଟ ଉଦାହରଣ ବଙ୍କିମ ଚନ୍ଦ୍ରଙ୍କ ବନ୍ଦେମାତରମ କବିତା ବୋଲି ମତ ପ୍ରକାଶ କରିଥିଲେ।ପରିଷଦର ସଂପାଦକ ଇଂ ମନୋଜ ଦଳବେହେରା ସ୍ବାଗତ ଭାଷଣ ତଥା କାର୍ଯ୍ୟକ୍ରମର ଆଭିମୁଖ୍ୟ ସଂପର୍କରେ ଆଲୋକପାତ କଲା ପରେ କବି ଶଙ୍କର ଜେନା ଓ କବି ଅଶୋକ ପଲେଇଙ୍କ ମିଳିତ ସଂଯୋଜନାରେ ଆଧ୍ୟାତ୍ମିକ କବିତାପାଠ ଅନୁଷ୍ଠିତ ହୋଇଥିଲା।ଏଥିରେ କବି ନରସିଂହ ବାରିକ, ଅଜୟ କୁମାର ପାଳ, ରଶ୍ମିତା ପାତ୍ର, ସମରେନ୍ଦ୍ର ବଶା, ଜୟନ୍ତ କୁମାର ଦ୍ବାରୀ, ଭ୍ବାସତୀ ପଣ୍ତା, ଅଜିତ ପାଣିଗ୍ରାହୀ, ଗୋପାଳ ଚନ୍ଦ୍ର ସାଓ, ମୀନକେତନ ମହାନ୍ତି, କାବେରୀ ମିଶ୍ର ତଥା ଡ. ଶଶିଧର ବିଶ୍ବାଳ ପ୍ରମୁଖ ସ୍ବରଚିତ କବିତାପାଠ କରିଥିଲେ। ନିହାରୀକା ସାହୁ ରାମଧୂନ ଗାନ କରିଥିବା ବେଳେ ବରିଷ୍ଠ ସଦସ୍ୟ କୈବଲ୍ୟ ପ୍ରସାଦ ମହାପାତ୍ର, ଆୟୁଷ ଶତପଥୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ଏବଂ ସହ ସଂପାଦିକା ବାସନ୍ତୀଲତା ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

