ଯୋଡ଼ା, ୨୨/୦୭(ପାଇକପୁଅ) କେନ୍ଦୁଝର ଜିଲ୍ଲା ଯୋଡ଼ା ସହରର ସୁରୁଚି ବଜାର ନିକଟରେ ସଙ୍ଘଵଧ ଭାବେ ଖଣ୍ଡାରେ ଵିଷ୍ଣୁ ନାଗଙ୍କୁ ମାରଣାତ୍ମକ ଆକ୍ରମଣ କରିଥିବା ମାମଲାରେ ଯୋଡ଼ା ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଥିବା ବେଳେ ଆଉ ୩ ଜଣ ଅଭିଯୁକ୍ତ ଫେରାର ଥିବା ନେଇ ପୋଲିସ ସୂଚନା ଦେଇଛନ୍ତି।ଅଭିଯୁକ୍ତ ଜଣକ ହେଲେ ସିଦ୍ଧାନ୍ତ ଶେଖର ପାତ୍ର ବୟସ(୨୬)।ସୂଚନା ମୁତାବକ ଗତ ୧୬ ଜୁଲାଇ ଯୋଡ଼ା ପାତ୍ର ବସ୍ତିର ବିଷ୍ଣୁ ନାଗ ସୁରୁଚି ବଜାର ନିକଟରେ ଛିଡା ହୋଇଥିବା ବେଳେ ୪ ଜଣ ପିଲା ମୋଟର ସାଇକେଲ ଆସି ସନ୍ଧ୍ୟା ପ୍ରାୟ ୭.୩୦ ସମୟରେ ପୁର୍ବ ଶତ୍ରୁତାକୁ କେନ୍ଦ୍ର କରି ଜୀବନରୁ ମାରିଦେବା ଉଦ୍ଧେଶ୍ୟ ରଖି ପଛପଟୁ ଏବଂ ମୁଣ୍ଡରେ ଖଣ୍ଡା ଚୋଟ ମାରି ଲୋହୁଲୁହାଣ କରି ଦେଇଥିଲେ।ଫଳରେ ବିଷ୍ଣୁ ଅଚେତ ହୋଇପଡିଥିବାରୁ ଵିଷ୍ଣୁଙ୍କର ମୃତ୍ୟ ହୋଇଯାଇଥିବା ଭାବି ଅଭିଯୁକ୍ତମାନେ ସେଠାରୁ ଚମ୍ପଟ ମାରିଥିଲେ।ତେବେ ଖବର ପାଇ ପରିବାର ଲୋକେ ସ୍ତାନୀୟ ଲୋକଙ୍କ ସାହଯ୍ୟରେ ଟାଟା ମେଡିକାଲକୁ ନେଇଥିବା ବେଳେ ଡକ୍ଟର ତାଙ୍କୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ପଠେଇ ପରେ କଟକକୁ ସ୍ଥାନାନ୍ତରିତ କରିଥିଲେ। ଏ ନେଇ ପୋଲିସ ଏକ କେସ ନମ୍ବର ୨୪୦/୨୬ରେ ମାମଲା ରୁଜ୍ଜୁ କରି ସିଦ୍ଧାର୍ଥ ଶେଖର ପାତ୍ରକୁ ଗିରଫ କରି କୋର୍ଟ ଚାଲାଣ କରାଯଆଥିବା ନେଇ ପୋଲିସ ସୂଚନା ଦେବା ସହ ଆଉ ୩ ଜଣ ଫେରାର ଥିବା ନେଇ ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାମଲ ସୁଚନା ଦେଇଛନ୍ତି।।

