କୋଣାର୍କ,୧୨/୦୭(ପାଇକପୁଅ)କୋଣାର୍କ – କାକଟପୁର ମୁଖ୍ୟ ରାସ୍ତା ପାର୍ଶ୍ୱରେ ଅବସ୍ଥିତ ଠିପି ବନ୍ଦ ବିଦେଶୀ ମଦ ଦୋକାନକୁ ଶନିବାର ପୂର୍ବାହ୍ନରେ ବୋମା ମାଡ଼ ହୋଇଛି।ପୂର୍ବରୁ ଥିବା ମଦ ଦୋକାନରେ କାମ କରୁଥିବା ଜଣେ ଯୁବକ ତଥା ପୁରୁଣା କର୍ମଚାରୀ ୨ଟି ବୋମା ମାଡ଼ କରି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡିଛି।ବୋମା ମାଡ଼ରେ କାହାର କ୍ଷତି ହୋଈ ନଥିବା ବେଳେ ଦୋକାନ ଗ୍ରିଲ ନଷ୍ଟ ହୋଇଛି। ୨ଟି ବୋମା ମାଡ଼ରେ ଦୁଇଟି ଜାଗାରେ ଗ୍ରିଲ୍ ଭାଙ୍ଗି ଭାଙ୍ଗିଥିବା ଦେଖିବାକୁ ମିଳିଛି। ଏନେଇ ଖବର ପାଇ କୋଣାର୍କ
ପୋଲିସର ତନାଘନା ଜାରି ରହିଛି। କୋଣାର୍କ ଥାନା ଅଧିକାରୀ ପ୍ରଶାନ୍ତ ପଢ଼ିଆରି, ନିମାପଡ଼ା ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଜନାର୍ଦ୍ଦନ ପାଢ଼ୀ ଓ ପୁରୀ ଜିଲ୍ଲା ଫରେନ୍ସିକ୍ ଟିମ୍ ଘଟଣା ସ୍ଥଳରେ ତୁରନ୍ତ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଫରେନ୍ସିକ୍ ଟିମ୍ ବୋମାର ବ୍ୟବହୃତ ସାମଗ୍ରୀ ଜବତ କରିଛି। ଏନେଇ ମଦ ଦୋକାନ ତତଫରୁ କୋଣାର୍କ ଥାନାରେ ଲିଖିତ ଅଭିଯୋଗ ଦିଆଯାଇଛି।କୋଣାର୍କ ପୋଲିସ ପକ୍ଷରୁ ଥାନା କେଶ୍ ନଂ ୨୦୯/୨୬ରେ ଏକ ମାମଲା ରୁଜ୍ଜୁ କରିଥିବା ବେଳେ ଘଟଣାରେ ସମ୍ପୃକ୍ତ ଯୁବକଙ୍କୁ ଗିରଫ କରି ଘଟଣାର ତଦନ୍ତ କରୁଥିବା ଜଣାପଡିଛି।

