ମାଲକାନଗିରି,୧୧/୦୭ (ସୁଧାଂଶୁ ଶେଖର ମହାନ୍ତି) ମାଲକାନଗିରି ଜିଲ୍ଲା ଓରକେଲ ପୋଲିସ ମୋବାଇଲ ଫୋନ ଚୋରି କରିଥିବା ଜଣେ ଯୁବକ ଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। ମିଳିଥିବା ସୂଚନା ମୁତାବକ ବାଲିମେଳା ସହରରେ ଗତ କିଛିଦିନ ହେବ ଲଗାତାର ମୋବାଇଲ ଚୋରି ହେଉଥିବା ବେଳେ ଏନେଇ ଓରକେଲ ଥାନାରେ ପୃଥକ ପୃଥକ ୩ଟି ମାମଲା ରୁଜ୍ଜୁ ହୋଇଥିଲା। ପୋଲିସ ଘଟଣା ର ସମ୍ପୂର୍ଣ ତଦନ୍ତ କରିବା ପରେ ସହର ସ୍ଥିତ ମେଡିକାଲ ସାହିର ଜଣେ ଯୁବକ ଚୋରି କରିଥିବା ଜଣାପଡିଥିଲା। ଆଜି ଉକ୍ତ ଯୁବକ କୁ ଓରକେଲ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ହୋଇଥିବା ଯୁବକ ଙ୍କ ନାମ ସନ୍ତୋଷ ନାଗ(୨୨) ଏବଂ ତା ନିକଟରୁ ଭିଭୋ, ମୋଟରଲା ଏବଂ ରିଅଲ ମି ନାରଜୋ ଏହିପରି ୩ଟି ମୋବାଇଲ ଜବତ କରିଥିବା ଓରକେଲ ଥାନାଧିକାରୀ ଦେଵଦତ୍ତ ମଲ୍ଲିକ ସୂଚନା ଦେଇଛନ୍ତି।

