ଯୋଡ଼ା,୧୦/୦୩(ପାଇକପୁଅ)କେନ୍ଦୁଝର ଜିଲ୍ଲା ଯୋଡ଼ା ପୌରପାଳିକା ଅନ୍ତର୍ଗତ ହୁଡିସାହି ଅଞ୍ଚଳରେ ରବିବାର ରାତି ପାରିବାରିକ କହଳ ଉତ୍ୟକ୍ତ ହେଇ ରୋଷେଇ ଘରେ ଥୁବା ଏଙ୍ଗେଲେ ରେ ଫାସି ଲଗେଇ ମହିଳା ଙ୍କ ମୃତ୍ୟ ହୋଇଥିବା ଜଣାପଡିଛି ।ମୃତକ ମହିଳା ଜଣଙ୍କ ହେଲେ ହୁଡିସାହି ଅଞ୍ଚଳର ସୁନାୟୁ କାରୁଆ ସ୍ୱାମୀ-ଦୀପକ କାରୁଆ ବୟସ(୩୦) ବୋଲି ଜଣାପଡିଛି।ସୂଚନମୁତାବକ ରବିବାର ଦିନ ସ୍ୱାମୀ ସ୍ତ୍ରୀ ମଧ୍ୟରେ କୌଣସି କାରଣରୁ ବଚଷା ହୋଇଥିଲା।ଏ ନେଇ ସୁନାୟୁ ରୋଷେଇ ଘରେ ଥିବା ଏକ ଏଙ୍ଗେଲ ରେ ଫାଶୀ ଲଗେଇ ଆତ୍ମହତ୍ୟା କରିଥିଲେ।ସମବାର ସକାଳୁ ପୋଲିସ ଖବର ପାଇ ସାଇଣ୍ଟିଫିକ ଟିମ ଏବଂ ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତ ରେ ଶବ ବ୍ୟବଚ୍ଛେଦ ପାଇଁ ପଠେଇ ତଦନ୍ତ ଜାରୀରଖିଛନ୍ତି।ସେହିପରି ଯୋଡ଼ା ୧୪ ନମ୍ବର ୱାର୍ଡ ସ୍ଥିତ ବିଚାକୁଣ୍ଡି ଅଞ୍ଚଳରେ ସମବାର ଦିପହର ରେ ଜଣେ ମହିଳା ଫାଶୀ ଲଗେଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି ।ମହିଳା ଙ୍କ ନା ଉର୍ମିଲା ଲାଗୁରି ବୟସ(୨୩) ବୋଲି ଜଣାପଡିଛି।ତେବେ ସେ ଦିନବେଳେ ଯୋଡ଼ା ସହରକୁ ଯାଇଥିଲେ ଏବଂ ସେ କାନ୍ଦି କାନ୍ଦି ଦୁଖଃରେ ଘରକୁ ଫେରିଥଲେ।ତାପରେ ସେ କାହାକୁ କିଛି ନ କହି ନିଜ ରୁମ ରେ କବାଟ ଦେଇ ଓଢଣୀ ରେ ଫାଶୀ ଲଗେଇ ଝୁଲିପଡିଥିଲେ। ପରିବାର ଲୋକେ କବାଟ ଭାଙ୍ଗି ତାଙ୍କୁ ଝୁଲନ୍ତା ଅବସ୍ଥା ରେ ଦେଖି ପୋଲିସ୍ କୁ ଖବର କରିଥିବା ଜଣାପଡିଛି।
