ବାରିପଦା,୦୯/୦୩(ପାଇକପୁଅ) ମହିଳା ସଶକ୍ତି କରଣର ବାର୍ତ୍ତା ନେଇ ସାଇକେଲରେ ବିଶ୍ୱ ଭ୍ରମଣ କରୁଥିବା ଆନ୍ଧ୍ର ପ୍ରଦେଶର ପର୍ବତାରୋହୀ ସମୀରା ଖାନ ଆଜି ସାଇକେଲ ଯାତ୍ରାରେ ଆସି ବାରିପଦାରେ ପହଂଚିଥିବା ବେଳେ ତାଙ୍କୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସ୍ୱାଗତ କରାଯାଇଛି। ସୂଚନା ମୁତାବକ ଆନ୍ଧ୍ରପ୍ରଦେଶର ଏକ ଛୋଟ ଗାଁ ଅନନ୍ତପୁରର ନିବାସୀ ହେଉଛନ୍ତି ସମୀରା ଖାନ। ବର୍ତ୍ତମାନ ସୁଦ୍ଧା ସେ ସାଇକେଲ ଦ୍ବାରା ୩୭ଟି ଦେଶ ଭ୍ରମଣ କରିସାରିଥିବା ବେଳେ ୭ଟି ପର୍ବତ ଆରୋହଣ କରିବାରେ ସଫଳ ହୋଇଛନ୍ତି।ସେଅନେକ ବିଷୟକୁ ନେଇ ପୁସ୍ତିକା ମଧ୍ୟ ଲେଖିଛନ୍ତି।ଓଡ଼ିଶାର ବିଭିନ୍ନ ସ୍କୁଲ, କଲେଜ ପରିଦର୍ଶନ କରି କିଶୋରୀ ଓ ମହିଳା ମାନଙ୍କୁ ମହିଳା ସଶକ୍ତି କରଣର ସଚେତନତା ବାର୍ତ୍ତା ପ୍ରଦାନ କରିଆସୁଛନ୍ତି।ଆଜି ସମୀରା ବାରିପଦାରେ ପହଂଚିବା ପରେ ବିଭିନ୍ନ କନ୍ୟାଶ୍ରମ ସ୍କୁଲ କଲେଜକୁ ଯାଇ କିଶୋରୀ ମାନଙ୍କୁ ଉଦବୋଧନ ଦେଇ ମହିଳା ମାନେ ସଶକ୍ତ ହେଲେଯାଇ ଦେଶର ପ୍ରଗତୀ ସମ୍ଭବ ହୋଇ ପାରିବ ବୋଲି କହିଛନ୍ତି।
