ଯୋଡ଼ା,୦୫/୦୩(ବିଜୟ କୁମାର ଜେନା)କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ଅନ୍ତର୍ଗତ ଭାଗଲପୁର ରେ ହେଉ ଥିବା ମଘେ ପର୍ବରେ ଆଦିବାସୀ ପାରମ୍ପରିକ ନୃତ୍ୟ ଦେଖିବକୁ ଆସିଥିବା ମହିଳାକୁ ଦୁଷ୍କର୍ମ ଅଭିଯୋଗ ରେ ଯୋଡ଼ା ପୋଲିସ ଦୁଇଜଣକୁ ଗିରଫ କରିଥିବା ସୂଚନା ମିଳିଛି। ତେବେ ବଡ଼ବିଲ ଉପଖଣ୍ଡ ପୋଲିସ ଅଧିକାରୀ ଶ୍ରଯୁକ୍ତ ଦେବେନ୍ଦ୍ର ନାଥ ପିଙ୍ଗୁଆ ଙ୍କ ସୂଚନା ଅନୁଯାୟୀ ଗତ ତା ୨୦/୦୨ ସନ୍ଧ୍ୟା ସମୟରେ ଭାଗଲପୂର୍ ରେ ଜଣେ ମହିଳା ଛୋଟ ପିଲାକୁ ଧରି ହେଉଥିବା ମାଘେ ପାର୍ବ ଦେଖି ସାରି ପ୍ରାୟ ରାତ୍ର ୯ଟା ସମୟରେ ଫେରିବାବେଳେ ସିଆଳଯୋଡ଼ାର ବାସୁଦେବ ଗାଗରାଇ(୩୪),ପିତା ସ୍ଵର୍ଗତ ଜଇଗୋପଲ୍ ଗାଗରାଇ ଘରେ ଛାଡ଼ି ଦେବାକୁ କହି ମୋଟର ସାଇକଲ ଯୋଗେ ନେଇ ଯାଇ ଏକ ନିର୍ଜନ ସ୍ଥାନରେ ମହୁଲ ଗଛ ପାଖରେ ଅଟକାଇ ଦୁଷ୍କର୍ମ କରିଥିଲେ।ତାପରେ ବିଲେଇପଦାର ସୁକଲାଲ ମୁଣ୍ଡା(୪୪), ପିତା ସ୍ବର୍ଗତ କ୍ୟାପଟେନ ମୁଣ୍ଡା ମଧ୍ୟ ସେଠାରେ ପହଞ୍ଚି ଦୁଷ୍କର୍ମ କରିଥିଲା ଏବଂ ଏହି ଘଟଣାକୁ ପ୍ରକାଶ କଲେ ଜୀବନରେ ମାରି ଦେବାକୁ ଧମକ ଦେଇ ଥିଲେ। ତେଣୁ ପୀଡ଼ିତା ଘରକୁ ଗଲା ପରେ ମଧ୍ୟ ଘଟଣା ସମ୍ପର୍କରେ କୌଣସି ତଥ୍ୟ ପାରିବାର ଲୋକମାନଙ୍କୁ ଜଣାଇ ନଥିଲେ। ମାତ୍ର ପୀଡ଼ିତା ଜଣଙ୍କ ଗାଲରେ ଏକ କାମୁଡ଼ା ଚିହ୍ନ ଦେଖି ବାରମ୍ବାର ପଚାରିବାରୁ ସମସ୍ତ ଘଟଣା କହିଥିଲେ। ତାହା ଶୁଣି ସ୍ୱାମୀ ଥାନାରେ ଅଭିଯୋଗ କରିବାକୁ କହିଥିଲେ। ତେଣୁ ପୀଡ଼ିତା ଓ ତାଙ୍କ ସ୍ୱାମୀ ତା ୦୩/୦୩/୨୬ ରେ ଯୋଡ଼ା ଥାନାରେ ଲିଖିତ ଅଭିଯୋଗ କରିଥିଲେ। କେସ ନଂ ୭୮କୁ ଆଧାର କରି ଯୋଡ଼ା ପୋଲିସ ଅଭିଯୁକ୍ତ ୨ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା।
