ବାରିପଦା, ୦୫/୦୩(ପାଇକପୁଅ)ବିଶ୍ଵ ସମୁଦାୟକୁ ପ୍ରଥମ ଜୟ ସନ୍ଥ ଜୟ ସମାଜର ସ୍ଲୋଗାନ ଦେଇ ସଦଭାବନା ସମିତି ପକ୍ଷରୁ ସ୍ଥାନୀୟ ଗୋପବନ୍ଧୁ ଭବନ ଠାରେ ୫୬୧ତମ ମାସିକ ସନ୍ଥ ଦିବସ ପାଳିତ ହୋଇଯାଇଛି।ସଦସ୍ୟ ସନ୍ଦୀପ କୁମାର ଚାନ୍ଦଙ୍କ ପୌରହିତ୍ୟରେ ପାଳିତ ଉତ୍ସବରେ ସମିତିର ପ୍ରତିଷ୍ଠାତା ଧର୍ମରତ୍ନ ପୂର୍ଣ୍ଣଚନ୍ଦ୍ର ବୁଗୁଡେଇ ଯୋଗ ଦେଇ ସମାଜରେ ସତକର୍ମ କରିବା ପାଇଁ ଶ୍ରେଷ୍ଠ ପ୍ରାଣୀ ମନୁଷ୍ୟର ଜନ୍ମ. ଏଣୁ ସତକର୍ମ ହେଉଛି ପ୍ରଜ୍ଞାର ଶଂଖନାଦ, ଦୁସ୍ଥ ମୁହଁରେ ହସ ଏବଂ ମାନବିକତାର ବିକାଶ ବୋଲି କହିଥିଲେ. ଆଲୋଚନାରେ ଡ. ବିଜୟ କୁମାର ଅଗରୱାଲା, ପଣ୍ଡିତ ଭାଗବତ ପଣ୍ଡା,ଗାୟତ୍ରୀ ପରିବାରର ଗଗନ ବିହାରୀ ବେହେରା, ସତ୍ୟସାଇ ସେବା ସଂସ୍ଥାନର ପଞ୍ଚାନନ ବେହେରା, ଡ. କୁଞ୍ଜବନ ପୃଷ୍ଟି, ଅଧ୍ୟାପକ ସୁନୀଲ କୁମାର ଜେନା, ଅଶୋକ କୁମାର ପଲେଇ, ସନ୍ଧ୍ୟାରାଣୀ ପଣ୍ଡା, ଅଜିତ କୁମାର କବାଟ,ନନ୍ଦ କୁମାର ମହାପାତ୍ର, ପୋଲିସ ଅଧିକାରୀ ଶୁଶାନ୍ତ କୁମାର ବେହେରା,ଡ.ଶଶଧର ବିଶ୍ୱାଳ, କୈବଲ୍ୟ ମହାପାତ୍ର ପ୍ରମୁଖ ଯୋଗଦେଇ ଯେଉଁ ମଣିଷ ନିଜର ବୁଦ୍ଧି, ବିବେକ ବଳରେ ବିଚାର ନକରି ସ୍ୱାଭିମାନ ହରାଏ ସେ ଭଣ୍ଡ, ପାଷାଣ୍ଡ, ପାଖଣ୍ଡ ଭିତରେ ଗଣାଯାଏ ବୋଲି ମନ୍ତବ୍ୟ ରଖିଥିଲେ। ସଭା ପ୍ରାରମ୍ଭରେ ଏ ମାସରେ ଆବିର୍ଭାବ ଶ୍ରୀଚୈତନ୍ୟ,ରମଣ ତୀର୍ଥ ମହାରାଜାଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଥିଲା।ସମ୍ପାଦକ ମାନସ ରଞ୍ଜନ ମହାପାତ୍ର ଧନ୍ୟବାଦ ଦେବା ସହ ଆଗାମୀ ଅପ୍ରେଲ ୧ ତାରିଖ ୪୭ତମ ମାନବ ଧର୍ମ ସମ୍ମିଳନୀକୁ ସମସ୍ତଙ୍କୁ ନିମନ୍ତ୍ରଣ କରିଥିଲେ।
