ଯୋଡ଼ା,୧୭/୦୨(ପାଇକପୁଅ)କେନ୍ଦୁଝର ଜିଲ୍ଲା ବାମେବାରି ଥାନା ଅନ୍ତର୍ଗତ ପଳସା ସଂରକ୍ଷିତ ଜଙ୍ଗଲ ନିକଟରେ ସୋମବାର ବିଳମ୍ବିତ ରାତିରେ ବେଆଇନ ଲୁହାପଥର ଚାଲାଣ ବେଳେ କୌଣସି ସୂତ୍ରରୁ ଖବର ପାଇ ପୋଲିସ ଆତର୍କିତ ଚଢ଼ାଉ କରିଥିଲା।ସୂଚନା ମୁତାବକ ମାଫିଆ ମାନେ ସୋମବାର ରାତି ପଳସା ଜଙ୍ଗଲରୁ ଏକ ୧୬ ଚକିଆ ଟ୍ରକ ( ୟୁପି-୪୪-ବି.ଟି-୨୯୪୧) ରେ ୩୬ ଟନ ଲୁହାପଥର ଚାଲାଣ କରୁଥିବାବେଳେ ଘଟଣା ସ୍ଥଳରେ ପୋଲିସ ର ଏକ ୭ ଜଣିଆ ଟିମ ଚଢ଼ାଉ କରି ଜଣେ ଅଭିଯୁକ୍ତ କୁ ଗିରଫ କରିବା ସହ ଟ୍ରକ ସମେତ ଏକ ଲୋଡ଼ର ମେସିନ(ଓଡ଼ି-୦୯-ଇ-୧୪୧୦)ଏବଂ ଏକ ସ୍କର୍ପିଓ (ଓଡ଼ି-୦୯-ଭି-୨୦୫୮) କୁ ଜବତ କରିଛି।ତେବେ ଅଭିଯୁକ୍ତ ଜଣକ ବାମେଵାରୀ ଥାନା ଅନ୍ତର୍ଗତ କଟୁଆପାଲି ଗ୍ରାମର ମହେନ୍ଦ୍ର ବେହେରା ବୋଲି ଜଣା ପଡ଼ିଛି। ଏଥିରେ ସମ୍ପୃକ୍ତ ଥିବା ମହେନ୍ଦ୍ର ଙ୍କ ସାଥି ମାନେ ଘଟଣା ସ୍ଥଳରୁ ଫେରାର ଥିବା ବେଳେ ଧରାପଡ଼ିଥିବା ଆସାମୀକୁ କେସ ନମ୍ବର ୩୬/୨୦୨୬ ରେ କୋର୍ଟ ଚାଲାଣ କରି ଅନ୍ୟମାନଙ୍କୁ ଧରିବା ପାଇଁ ଉଦ୍ୟମ ଜାରୀ ରଖିଛି।

