କୋଣାର୍କ,୧୭/୦୨(ପାଇକପୁଅ)ଦିନକୁ ଦିନ ରାସ୍ତା ପାର୍ଶ୍ଵରେ ମଦ ଦୋକାନ ବୃଦ୍ଧି ପାଇବା ଜୀବନ ହାନି ହେବାର ଆଶଙ୍କା ବୃଦ୍ଧି ପାଉଛି। ସରକାର ରାଜସ୍ଵ ବୃଦ୍ଧି ଆସାରେ ସଠିକ ଜାଗା ଚୟନ ନକରି ବିଦେଶୀ ମଦ ଦୋକାନ କରିବା ପାଇଁ ସ୍ବୀକୃତି ପ୍ରଦାନ କରିବା ଘଟଣାକୁ ନେଇ ବୁଦ୍ଧିଜୀବି ମାନେ କ୍ଷୋଭ ପ୍ରକାଶ କରିଅଛନ୍ତି।ଭିତ୍ତିଭୂମି ନଥାଇ ସରକାର କିପରି ଭାବେ ଠିପି ଖୋଲା ମଦଦୋକାନ ଖୋଲିବା ପାଇଁ ଅନୁମତି ପ୍ରଦାନ କଲେ ତାହା ସମସ୍ତଙ୍କୁ ଚକିତ କରିଛି। ସୂଚନା ଥାଇ ପାରେକି ୨୦୨୫ ମସିହାରେ ଅବକାରୀ ବିଭାଗ ପକ୍ଷରୁ ମୌଜା ଜୁଣେଇ, ଖାତା ନଂ ୧୨୮୭,ପ୍ଲଟ ନଂ ୩୯୭/୨୬୯ ୱାର୍ଡ ନଂ -୧ ରେ ନୂତନ ଠିପି ଖୋଲା ମଦ ଦୋକାନ ଖୋଲିବା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା।ଅବକାରୀ ବିଭାଗ ଚିଠି ସଂଖ୍ୟା ୨୭୦/୭.୨.୨୫ ଅନୁଯାଇ ହୋଟେଲ ସହିତ ଠିପି ଖୋଲା ମଦ ଦୋକାନ ଖୋଲା ଗଲେ କିଛି ଆପତ୍ତି ରହିଥାଏ ତେବେ ଜିଲ୍ଲାପାଳ,ପୁରୀଙ୍କ ନିକଟରେ ଆପତ୍ତି ଅଭିଯୋଗ କରିବା ପାଇଁ।ହେଲେ ଜିଲ୍ଲାପାଳଙ୍କ ନିକଟକୁ ଅଭିଯୋଗ ଯାଇଥିଲେ ମଧ୍ୟ ତାହାର କୌଣସି ଶୁଣାଣୀ ନହୋଇ କିପରି ଭାବେ ଦୋକାନ ଖୋଲିବା ପାଇଁ ଅନୁମତି ପ୍ରଦାନ କରାଗଲା ତାହା ତଦନ୍ତ ସପେକ୍ଷ ବୋଲି ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି।ଅବକାରୀ ନିୟମ ଅନୁଯାୟୀ ଶିକ୍ଷା ଅନୁଷ୍ଠାନ ଠାରୁ ୫୦୦ ମିଟର ଦୂରତା ମଧ୍ୟରେ ଠିପି ଖୋଲା ମଦ ଦୋକାନ ରହି ପାରିବ ନାହିଁ।ହେଲେ ଖୋଲାଯାଇ ଥିବା ଠିପି ଖୋଲା ମଦ ଦୋକାନ ଠାରୁ ମାତ୍ର ୩୦୦ ମିଟର ଦୂରତା ରେ ଏକ ବିଦ୍ୟାଳୟ ରହିଥିବା ବେଳେ ଅଳ୍ପ କିଛି ଦୁରତାରେ ଏକ ସରକାରୀ ମେଡିକାଲ ରହିଛି।ମଦ ଦୋକାନ ଖୋଲା ଯାଇଥିବା ଅଞ୍ଚଳରେ ରାସ୍ତା ସଂକୀର୍ଣ୍ଣ ଓ ବାଙ୍କ ରହିଥିବା ବେଳେ ଦୁର୍ଘଟଣା ଘଟି ଧନ ଜୀବନ କ୍ଷତି ହେବାର ଆଶଙ୍କା ରହିଛି। ଖୋଲିଥିବା ଦୋକାନର ପାର୍କିଂ ବ୍ୟବସ୍ଥା ନଥିବାରେ ରାସ୍ତା ପାର୍ଶ୍ଵରେ ଗାଡ଼ି ପାର୍କିଂ କରି ଟ୍ରାଫିକ ସମସ୍ୟା ସୃଷ୍ଠି ହେବ।ଫଳରେ କୋଣାର୍କ ପରି ପର୍ଯ୍ୟଟନ କ୍ଷେତ୍ରକୁ ଦୈନଦିନ ଆସୁଥିବା ହଜାର ହଜାର ଗାଡ଼ି ମଟର ଯିବା ଆସିବାରେ ହଇରାଣ ହରକତ ହେବେ ବୋଲି ସାଧାରଣରେ ଚିନ୍ତା ପ୍ରକଟ ହୋଇଛି।ଏପରି ଏକ ଅନୁପଯୁକ୍ତ ଜାଗାରେ ଅବକାରୀ ବିଭାଗ କିପରି ଠିପି ଖୋଲା ମଦ ବିକ୍ରୟ କରିବା ପାଇଁ ଅନୁମତି ପ୍ରଦାନ କଲେ ତାହା ତଦନ୍ତ ସପେକ୍ଷ ଅଟେ।ତେଣୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ସମେତ ପୁରୀ ଜିଲ୍ଲାପାଳ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ପ୍ରକାଶ ପାଇଛି।
