କନ୍ଧମାଳ,୦୬/୦୨:(ସଞ୍ଜୟ କୁମାର ପାଣିଗ୍ରାହୀ) ରାଜ୍ୟର ୩ଟି ଇ-ମେଲ ରେ ଫୁଲବାଣୀ କୋର୍ଟକୁ ବୋମା ଧମକକୋର୍ଟକୁ ବୋମା ଧମକ ମିଳିଛି । ଏହି ଧମକ ଫୁଲବାଣୀ,ପୁରୀ ଓ କଟକ ଜିଲା ଦୌରା ଜଜ୍ କୋର୍ଟକୁ ଆସିଛି । ଏହି ଧମକ ଅଜଣା ଇ-ମେଲ୍ ଜରିଆରେ ଦିଆଯାଇଛି। ଫୁଲବାଣୀ କୋର୍ଟକୁ ଧମକ ମିଳିବା ପରେ ସମଗ୍ର କନ୍ଧମାଳ ଜିଲ୍ଲା ରେ ଭୟର ବାତାବରଣ ସୃଷ୍ଟି ହୋଇଛି ।ଧମକ ଆସିବା ପରେ ପୋଲିସ ପକ୍ଷରୁ ଛାନଭିନ ଜୋରଦାର କରାଯାଉଛି। କୋର୍ଟ ପରିସର ମଧ୍ୟରେ ଭୟ ର ବାତାବରଣ ଖେଳିଯାଇଛି। କୋର୍ଟ ପରିସରକୁ ପୁରା ଖାଲି କରାଯାଇଛି, ସିସିଟିଭି ଯାଞ୍ଚ ସହିତ ବମ୍ ସ୍ମାର୍ଡ, ଡଗ୍ ସ୍ମାର୍ତ ପହଞ୍ଚି ଯାଞ୍ଚ କରୁଛନ୍ତି।ପୁଲିସ ସନ୍ଧାନୀ କୁକୁର ନେଇ ଯାଞ୍ଚ କରାଯାଉଛି।ଇ-ମେଲରେ ବୋମା ଧମକ ଆସିବା ପରେ ଛାନଭିନ୍ ଆରମ୍ଭ ହୋଇଛି ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏହି ଧମକ ଇ-ମେଲ୍ ବାହାର ଦେଶରୁ ଆସୁଥିବା ନେଇ ପୋଲିସ ପକ୍ଷରୁ ସୂଚନା ମିଳିଛି। ମିଳିଥିବା ସୂଚନା ଅନୁସାରେ ଆଜି କୋର୍ଟ କାର୍ଯ୍ୟ ଆରମ୍ଭ ହେବାର ମାତ୍ର ୧୦ରୁ ୧୫ମିିନିଟ୍ ପରେ ଏକ ବୋମା ଧମକ ଆସିଥିଲା । ଏହା ପରେ ଛାନଭିନ୍ ଜୋରଦାର କରାଯାଇଛି । ଯେଉଁମାନେ ଏଭଳି ଧମକ ଦେଉଛନ୍ତି ଓ ଏଭଳି କାର୍ଯ୍ୟ କରୁଛନ୍ତି ସେମାନଙ୍କୁ କଡା ଦଣ୍ଡ ଦେବାକୁ ଆଇନଜୀବୀମାନେ ଦାବି କରିଛନ୍ତି ।
