ମୁନିଗୁଡା,୦୬/୦୨(ପାଇକପୁଅ) କନ୍ଧମାଳରୁ କେରଳକୁ ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡିବସିଲା ରେଳବାଇ ପୋଲିସ୍ । ୨ଜଣ ଚାଲାଣ କାରୀଙ୍କୁ ଗିରଫ କରିଥିବା ବେଳେ ସେମାନଙ୍କ ଠାରୁ ୧୫କେଜି ୫୨୦ଗ୍ରାମ ଜବତ କରାଯାଇଛି। ସୁଚନା ଅନୁଯାୟୀ ମୁନିଗୁଡା ରେଳବାଇ ପୋଲିସର ଏଏସାଇ ଏସକେ ପ୍ରକାଶଙ୍କ ନେତୃତ୍ୱରେ ଏକ ଟିମ୍ ୧ନମ୍ବର ପ୍ଲାଟଫର୍ମରେ ତନଖି କରିବା ସମୟରେ ସୈଚାଳୟ ନିକଟରୁ ୨ଜଣ ବ୍ୟକ୍ତିଙ୍କପାଖରେ ଥିବା ବ୍ୟାଗକୁ ତନଖି କରିବା ସମୟରେ ସେମାନଙ୍କ ଠାରୁ ଗଞ୍ଜେଇ ଥିବା ଜଣାପଡିଥିଲା।ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ସେହି ଗଞ୍ଜେଇ ଓଜନ ବେଳେ ତାହା ୧୫କେଜି ୫୨୦ଗ୍ରାମ ବୋଲି ଜଣାପଡିଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୭ଲକ୍ଷ ୭୬ ହଜାର ଟଙ୍କା ହେବ । ଗିରଫ ହୋଇଥିବା ଚାଲାଣ କାରୀ ମାନେ ହେଲେ କେରଳ ରାଜ୍ୟର ସାହଜନ୍ ଅଲି ଓ ପି ସାଜୁ । ସେମାନଙ୍କୁ ଗିରଫ କରି କେଶ ନମ୍ବର ୭/୨୦୨୬ ରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି। ଚାଲାଣ କାରୀ ମାନେ ଏହି ଗଞ୍ଜେଇକୁ କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳରୁ ନେଇ କେରଳର ଏର୍ଣ୍ଣାକୁଲମ୍ କୁ ଚାଲାଣ କରିବା ପାଇଁ ଯୋଜନା କରିବା ରେଳବାଇ ପୋଲିସ୍ ମାଡ଼ି ବସିଥିବା ଜଣାପଡ଼ିଛି।
