ବାରିପଦା, ୨୮/୦୯(ପାଇକପୁଅ)ମୟୂରଭଞ୍ଜ ଜିଲ୍ଲା ହିନ୍ଦୀ ଶିକ୍ଷକ ସଂଘ ପକ୍ଷରୁ ଜିଲ୍ଲାସ୍ତରୀୟ ହିନ୍ଦୀ ପକ୍ଷ କାର୍ଯ୍ୟକ୍ରମ ବାରିପଦାସ୍ଥିତ ଏମ.ପି.କେ. ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ପରିସରରେ ଆୟୋଜିତ ହୋଇଯାଇଛି। ଏହି ଅବସରରେ ହିନ୍ଦୀ ଭାଷାର ମହତ୍ତ୍ୱ, ଆବଶ୍ୟକତା ଏବଂ ଏହାର ପ୍ରଚାର ପ୍ରସାର ଉପରେ ଆଲୋଚନା ସହିତ ଛାତ୍ରଛାତ୍ରୀଙ୍କ ସାଂସ୍କୃତିକ ପ୍ରତିଭା ପ୍ରଦର୍ଶନ କରାଯାଇଥିଲା. ଡା. ଅସୀମ କୁମାର ଚକ୍ରବର୍ତ୍ତୀଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଦୁଃଖବନ୍ଧୁ ନାୟକ, ସ୍ୱତନ୍ତ୍ର ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ, ସମ୍ମାନନୀୟ ଅତିଥି ଭାବେ ଜ୍ଞାନରଞ୍ଜନ ଆଚାର୍ଯ୍ୟ, ଡା. ଶଶୀଧର ବିଶ୍ୱାଳ କେନ୍ଦ୍ରୀୟ ହିନ୍ଦୀ ସଂସ୍ଥାନ, ଆଗ୍ରାରୁ ଆସିଥିବା ଡା. ଭରତ ସିଂ ପରମାର ମୁଖ୍ୟ ବକ୍ତା, ପୁରୁଷୋତ୍ତମ କମିଳା ସମ୍ମାନିତ ବକ୍ତା ଭାବେ ଯୋଗଦେଇ ହିନ୍ଦୀ ଭାଷାର ଗୁରୁତ୍ୱ, ଏହାର ଆବଶ୍ୟକତା ଏବଂ ଦେଶରେ ହିନ୍ଦୀ ଭାଷାର ପ୍ରଚାର ଓ ପ୍ରସାର ସମ୍ପର୍କରେ ଆଲୋଚନା କରିଥିଲେ. ବିଦ୍ୟାଳୟର ଛାତ୍ରୀ ମାନେ ସ୍ୱାଗତ ସଙ୍ଗୀତ ଗାନ କରିଥିବା ବେଳେ ଛାତ୍ରଛାତ୍ରୀ ଓ ଅବସରପ୍ରାପ୍ତ ହିନ୍ଦୀ ଶିକ୍ଷକ ମାନଙ୍କୁ ଉତ୍ତରୀୟ ଓ ମାନପତ୍ର ପ୍ରଦାନ ସହ ମା ପାଇଁ ଗଛଟିଏ ବାର୍ତ୍ତା ନେଇ ବୃକ୍ଷ ଚାରା ପ୍ରଦାନ କରାଯାଇଥିଲା। ପ୍ରଭାତ କୁମାର ଜେନା ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଦେବାନନ୍ଦ ଜେନା ଧନ୍ୟବାଦ ଅର୍ପଣ କରିଥିଲେ. ଶିକ୍ଷକ ରଜତ କୁମାର ମହାନ୍ତ, ତାରିଣୀ ପ୍ରସନ୍ନ ବେହେରା, ବିଶ୍ୱଜିତ ପାତ୍ର, ସୁପ୍ରିତ ସୁବ୍ରମଣ୍ୟମ, ସୁରେଶ ମହାନ୍ତ, ସଞ୍ଜୀବ ଦଳେଇ, ଅବନୀ କମିଳା, ଅଭିନନ୍ଦନ ମହୁରୀ, ଶିକ୍ଷୟିତ୍ରୀ ତାପସୀ ଦାସ, ନିତୁବାଳା, ସଙ୍ଗୀତା ପାତ୍ର, ଗାର୍ଗୀ ବାରିକ, ଲଳିତା ମହାନ୍ତ ପ୍ରମୁଖ ସହଯୋଗ କରିଥିଲେ।

