ବାରିପଦା, ୨୪/୦୯(ପାଇକପୁଅ)ବାରିପଦା ସହରରେ ନୁଆ କରି ଖୋଲିଲା ଫିନେଷ୍ଟା କମ୍ପାନୀର ସୋ ରୁମ୍। ଅତ୍ୟାଧୁନିକ ଏହି ସୋ ରୁମ୍ ବାରିପଦା ସହରର ୧୮ ନଂ ଜାତୀୟ ରାଜପଥର ଦାରୋଘାଡାହି ଗୋଲେଇରେ ଏହି ସୋ ରୁମ୍ ର ନୁଆ ଆଉଟଲେଟ ଖୋଲାଯାଇଛି। ଫର୍ଣ୍ଣିଚର ୱାଲର୍ଡ ତଥା ଚନ୍ଦନ ଏଣ୍ଟେରପ୍ରାଇଜର୍ସର ଉପର ମହଲାରେ ଏହି ଫିନେଷ୍ଟାର ସୋ ରୁମ୍ ରେ ଆଲୁମିନିୟମ ଡୋର,ୟୁପିଭିସି ଡୋର,ଓ୍ବବ୍ଲୁ ପିସି ଡୋର ସହ ଉଡେନ ଡୋର ଏବଂ ୱିଣ୍ଡୋ ମଧ୍ୟ ଉପଲବ୍ଧ କରାଯାଇଛି।
ଗୁରୁବାର ମାହେନ୍ଦ୍ର ବେଳାରେ ବାରିପଦା ନଗରପାଳ କୃଷ୍ଣାନନ୍ଦ ମହାନ୍ତିଙ୍କ କରକମଳରେ ଏହି ସୋ ରୁମ୍ ର ଶୁଭ ଉଦଘାଟନ କରାଯାଇଥିଲା। କମ୍ପାନୀର ଓଡିଶା ମୁଖ୍ୟ ସ୍ମୃତି ରଞ୍ଜନ ମହାନ୍ତି, ଆଞ୍ଚଳିକ ମୁଖ୍ୟ ଅନ୍ତର୍ଯ୍ୟାମୀ ପ୍ରଧାନ, ସ୍ଥାପନା ମୁଖ୍ୟ ସତ୍ୟବାନ ସେନାପତିଙ୍କ ସହ ସୋ ରୁମ୍ ର ମାଲିକ ସସ୍ମିତା ପଣ୍ଡା, ଏବଂ ଫର୍ଣ୍ଣିଚର ଓ୍ବାଲ୍ଡର ମାଲିକ ଚନ୍ଦନ ପଣ୍ଡା ଏବଂ ମୟୁରଭଞ୍ଜ ଜିଲ୍ଲାର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।
ଫିନେଷ୍ଟା ର ବାରିପଦା ସୋ ରୁମ୍ ମାଲିକ ସୁସ୍ମିତା ପଣ୍ଡା କହିଛନ୍ତି କି ଫିନେଷ୍ଟା ଭାରତର ବଜାର ର ଏକ ନଂ କମ୍ପାନୀ ଏବେ ବାରିପଦା ବାସିନ୍ଦା ଙ୍କ ହାତ ପାଖରେ,ଏହି ବ୍ରାଣ୍ଡ ର ସମସ୍ତ ଉପକରଣ ଲୋକଙ୍କ ପାଖରେ ସୁବିଧା ଏବଂ କମ୍ ମୂଲ୍ୟରେ ପହଞ୍ଚାଇବାକୁ ଏହି ସୋରୁମର ମୂଳ ଲକ୍ଷ ରଖିଛି।, ପ୍ରଥମ ଦିନରେ ଅତ୍ୟାଧୁନିକ ଘର ପାଇଁ ଉପକରଣ ଉପସ୍ଥିତ ଗ୍ରାହକଙ୍କ ମନ ଛୁଇଁ ପାରିଥିଲା ।
ଗୋଟିଏ ଛାତ ତଳେ ଗ୍ରାନାଇଟ ,ଉନ୍ନତ କମ୍ପାନୀର ଟାଇଲ ଠୁ ଆରମ୍ଭ କରି ମଡୁଲାର କିଚେନ ଏବଂ କବାଟ,ଝରକା ଏବଂ ସୋଫା,ଡାଇନିଙ୍ଗ ଟେବୁଲ ଏବଂ ଘର ର ସୈନ୍ଦଯ୍ୟ ପାଇଁ ଅନେକ ହୋମ ଡେକରେଟିଭ ସାମଗ୍ରୀ ଏଠାରେ ମିଳିପାରିବ ବୋଲି କହିଛନ୍ତି ଚନ୍ଦନ କୁମାର ପଣ୍ଡା ।

