ବାରିପଦା, ୨୧/୦୮(ପାଇକପୁଅ) ବାରିପଦାର ଅଗ୍ରଣୀ ମହିଳା ସାମାଜିକ ସଂଗଠନ ବାରିପଦା ଇନରହ୍ୱିଲ କ୍ଲବ ତରଫରୁ ଲୁଲୁଙ୍ଗ ର ଅର୍ଚିଡ଼ ଗାର୍ଡେନ ଠାରେ ସାୱନ ମହୋତ୍ସବ ପାଳିତ ହୋଇଯାଇଛି।ଅନୁଷ୍ଠାନର ସଭାପତି ସୁପ୍ରତି ଦଳବେହେରାଙ୍କ ପରିଚାଳନାରେ ଆୟୋଜିତ ଉକ୍ତ ଉତ୍ସବରେ ବିଭିନ୍ନ ପ୍ରକାରର ପ୍ରତିଯୋଗିତା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟରେ ଉତ୍କଳର ସାଂସ୍କୃତିକ ଐତିହର ଗୌରବମୟ ଗାଥା ପରିବେଷିତ ହୋଇଥିଲା। ଦିବସ ବ୍ୟାପି ଉକ୍ତ କାର୍ଯ୍ୟକ୍ରମକୁ ଇନରହ୍ୱିଲ କ୍ଲବର ସଦସ୍ୟା ମାନେ ସଫଳତାର ସହ ପରିଚାଳନା କରିଥିଲେ।

