ବାରିପଦା,୧୪/୦୮(ପାଇକପୁଅ) ସ୍ଥାନୀୟ ତଖତପୁର ସ୍ଥିତ ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ଵୟଂଶାସିତ ମହାବିଦ୍ୟାଳୟରେ ହରଘର ତ୍ରିରଙ୍ଗା ପଦଯାତ୍ରା ଅଧ୍ୟକ୍ଷ ପ୍ରଫେସର ନାରାୟଣ ପ୍ରସାଦ ବେହେରାଙ୍କ ପୌରହିତ୍ୟରେ ଏବଂ ଡ. ଅନାମ ଚରଣ ରାଉଳଙ୍କ ତତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଡ. ଆଲବେର୍ଟିନା ତିର୍କୀ, ଡ. ବିଦ୍ୟୁତପ୍ରଭା ଦାସ, ସୁଶ୍ରୀ ରାଇମଣି ମାରର୍ଣ୍ଡି, ଡ. ଦୀପକ କୁମାର ବେହେରା, ଡ. ମନୋଜ କୁମାର ସେଠି, ଡ. ଆଶୁତୋଷ ପ୍ରୟାସ ଦାଶ, ଡ. ପ୍ରିୟବ୍ରତ ବେହେରା, ଡ. ନରେନ୍ଦ୍ର ପ୍ରସାଦ ବେହେରା, ଡ. ପ୍ରଭାକର ଦୁଆରୀ, ଡ. ଦୟାନିଧି ପରିଡା, ଅଲେକ୍ସ ହେମ୍ବ୍ରମ, ରଶ୍ମିତା ନାଏକ, ସୁରେଶ ଚନ୍ଦ୍ର ପାତ୍ର, ସତ୍ୟନାରାୟନ ବାରିକ ଏବଂ ଅନ୍ୟ ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଉପସ୍ଥିତ ରହି ପଦଯାତ୍ରାକୁ ସଫଳ କରିଥିଲେ।

