ବାରିପଦା, ୧୩/୦୮(ପାଇକପୁଅ)ପରିବେଶ ସୁରକ୍ଷା ଓ ସବୁଜ ଭବିଷ୍ୟତ ଗଠନ ଲକ୍ଷ୍ୟରେ ଲାୟନ୍ସ କ୍ଲବ ବାରିପଦା ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। କ୍ଲବର ସଭାପତି ଲାୟନ ହେମନ୍ତ ଶାହଙ୍କ ନେତୃତ୍ୱରେ ଆୟୋଜିତ ଏହି ଅଭିଯାନରେ କ୍ଲବର ସଦସ୍ୟ ଓ ସମର୍ଥକ ମାନେ ସକ୍ରିୟ ଭାବେ ଯୋଗଦେଇ ଦୁଇଟି ପର୍ଯ୍ୟାୟରେ ପିଜୁଳି, କମଳା, ଅମୃତଭଣ୍ଡା, ସଜନା ଓ ଲେମ୍ବୁ ଆଦି ମୋଟ ୧୨୫ଟି ଚାରା ରୋପଣ କରାଯାଇଥିଲା।ଏହି ଅବସରରେ ସଭାପତି ଲାୟନ ହେମନ୍ତ ଶାହ କହିଥିଲେ ଯେ, ବୃକ୍ଷରୋପଣ କେବଳ ପରିବେଶ ସୁରକ୍ଷା କାର୍ଯ୍ୟ ନୁହେଁ, ଏହା ଆଗାମୀ ପିଢ଼ି ପ୍ରତି ଆମର ଦାୟିତ୍ୱ।କମିଟିର ଚେୟାରପର୍ସନ ଲାୟନ ଚନ୍ଦ୍ରକଳା କର୍ଣ୍ଣାନୀଙ୍କ ମାର୍ଗଦର୍ଶନ ଓ ନେତୃତ୍ୱରେ ଏହି ଅଭିଯାନ ଚାଲିଥିବା ବେଳେ ଚଳିତ ବର୍ଷ ମୋଟ ୧,୦୦୦ଟି ଚାରା ରୋପଣ କରିବାକୁ କ୍ଲବ ପକ୍ଷରୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।

