ବାରିପଦା, ୧୩/୦୮(ପାଇକପୁଅ) ପ୍ରାଥମିକ ଶିକ୍ଷା ବ୍ୟବସ୍ଥାରେ ରହିଥିବା ଶିକ୍ଷକ ଅଭାବ ଦୂର କରିବା ସହ ଯୋଗ୍ୟ ଆଶାୟୀ ଶିକ୍ଷକଙ୍କ ନିଯୁକ୍ତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଦାବିରେ ଓଡ଼ିଶା କନିଷ୍ଠ ଶିକ୍ଷକ ଆଶାୟୀ ସଂଘ ପକ୍ଷରୁ ବାରିପଦା ବିଧାୟକ ପ୍ରକାଶ ସୋରେନଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।ସଂଘ ପକ୍ଷରୁ କୁହାଯାଇଛି ଯେ, ପ୍ରାଥମିକ ବିଦ୍ୟାଳୟ ଗୁଡ଼ିକରେ ଆବଶ୍ୟକ ସଂଖ୍ୟକ ଶିକ୍ଷକ ନଥିବାରୁ ଶିକ୍ଷାଦାନ ବ୍ୟବସ୍ଥା ପ୍ରଭାବିତ ହେଉଛି।ଅନ୍ୟପକ୍ଷରେ ନିଯୁକ୍ତି ପାଇଁ ଯୋଗ୍ୟତା ହାସଲ କରିଥିବା ବହୁ ଆଶାୟୀ ଶିକ୍ଷକ ନିଯୁକ୍ତିକୁ ଅପେକ୍ଷା କରି ରହିଛନ୍ତି।ତେଣୁ ଶିକ୍ଷକ ଅଭାବ ଦୂର କରିବା ସହ ନିଯୁକ୍ତି ସମ୍ବନ୍ଧୀୟ ସମସ୍ୟାର ତୁରନ୍ତ ସମାଧାନ ପାଇଁ ସଂଘ ଦାବି ଜଣାଇଛି।ଦାବିପତ୍ର ଗ୍ରହଣ କରିବା ପରେ ବିଧାୟକ ଶ୍ରୀ ସୋରେନ ଆଶାୟୀ ଶିକ୍ଷକ ମାନଙ୍କ ସମସ୍ୟାକୁ ଗୁରୁତ୍ୱର ସହ ବିଚାର କରିବା ସହ ଏହାର ସମାଧାନ ଦିଗରେ ମୁଖ୍ୟମନ୍ତ୍ରୀ ଓ ସମ୍ପୃକ୍ତ ବିଭାଗ ସହିତ ଆଲୋଚନା କରିବେ ବୋଲି ଆଶ୍ୱାସନା ଦେଇଛନ୍ତି।ଦାବିପତ୍ର ପ୍ରଦାନ ବେଳେ ଓଡ଼ିଶା କନିଷ୍ଠ ଶିକ୍ଷକ ଆଶାୟୀ ସଂଘରର ରାଜ୍ୟ ସଭାପତି ବାଜି ସିଂଙ୍କ ନେତୃତ୍ୱରେ ଦାବିପତ୍ର ପ୍ରଦାନ ସମୟରେ ଆଶାୟୀ ଶିକ୍ଷକ ସୋମା ସିଂ, ଗଙ୍ଗାରାମ ଟୁଡୁ, ତପସ୍ୱିନୀ ସିଂ, ସୁନାରାମ ସିଂଙ୍କ ସମେତ ଅନ୍ୟ ମାନେ ଉପସ୍ଥିତ ଥିଲେ।

