ବାଲିଗୁଡା, ୧୯/୦୭(ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅଞ୍ଚଳ ରେ କିଛି ଦିନ ହେବ ବାରମ୍ବାର ବାଇକ ଚୋରୀ ହେଉଥିବା ବେଳେ ଶନିବାର ବାଲିଗୁଡା ପୁଲିସ ଏକ ବାଇକ ଚୋରୀ ଗ୍ୟାଙ୍ଗ କୁ ଧରିବାରେ ସଫଳ ହୋଇଛି । ଦୀର୍ଘ ଦିନ ହେବ ଜଙ୍ଗଲରେ ଖାଲିଥିବା ସ୍ଥାନରେ ଛପି ରହି ଧାରୁଆ ଛୁରି ଧରି ଭୟଭିତ କରି ବାଇକ ଚୋରୀ କରୁଥିବା ବେଳେ ଚଳିତ ମାସ ୧୫ ତାରିଖ ସନ୍ଧ୍ୟା ରେ ବନ୍ଧନ ବ୍ୟାଙ୍କ ରେ କାର୍ଯ୍ୟ କରୁଥିବା ବୌଦ୍ଧ ଜିଲ୍ଲା ଗୋଛାପଡା ଗ୍ରାମର ସମ୍ବିତ ବାରିକ ବ୍ୟାଙ୍କ ସମ୍ମୁଖରେ ଏକ କଳା ରଙ୍ଗର ଗ୍ଲାମର ମୋଟର ସାଇକେଲ ନଂ. ଓଡି -୦୩-ଏକ୍ସ-୦୦୫୬ ପାର୍କିଂ କରିଥିଲେ।ବ୍ୟାଙ୍କ କାମ ସାରି ବାଇକ ରଖିଥିବା ସ୍ଥାନରେ ବାଇକ ନ ଥିଲା, ଆଖ ପାଖ ଅଞ୍ଚଳ ରେ ବହୁତ ଖୋଜା ଖୋଜି କରିବା ପରେ ଶ୍ରୀ ବାରିକ ନିକଟସ୍ଥ ବାଲିଗୁଡା ଥାନାରେ ଏତଲା ଦାଏର କରିଥିଲେ l ଏତଲା କୁ ଭିର୍ତ୍ତି କରି ପୋଲିସ କେଶ ନଂ. ୧୭୭/୨୬ ପ୍ରକାରେ ଏକ ମକଦ୍ଦମା ରୁଜୁ କରି ବାଲିଗୁଡା ପୋଲିସ ଏସ ଆଇ ବିକାଶ କୁମାର ଜାଲି ଙ୍କ ସହ ପୋଲିସ ସଦଳ ବଳ ନିକଟସ୍ଥ ସିସି ଟିଭି ଆଧାରରେ ତଦନ୍ତ ଅବ୍ୟାହତ ରଖି ଯାହାକି, ଶନିବାର ସନ୍ଧ୍ୟା ରେ ସଫଳ ହୋଇଛି ବୋଲି ସାମ୍ବାଦିକ ସମ୍ମିଳନୀ କରି ଏସଡିପିଓ ଶୁଭମ ଭୋସଲେ ପ୍ରକାଶ କରିଛନ୍ତି । ଉକ୍ତ ବାଇକ ସହ ପୁଲିସ ଏକ ବାଇକ ରାକେଟ କୁ ଧରିଥିବା ବେଳେ ସେମାନଙ୍କ ଠାରୁ ୫ ଟି ବାଇକ ଜବତ ହୋଇଥିଲା, ଯାହାକି, ନମ୍ବର ପ୍ଲେଟ ବିହୀନ ନୀଳ-କଳା ରଙ୍ଗର ହିରୋ ଏଚ ଏଫ ଡିଲକ୍ସ ଗାଡି ଦୁଇଟି, ଧୂସର-କଳା ରଙ୍ଗର ହିରୋ ଗ୍ଲାମୋର ନଂ. ଓଡି -୦୩-କ୍ୟୁ -୭୨୩୭ ଗୋଟିଏ, କଳା ରଙ୍ଗର ହିରୋ ଗ୍ଲାମୋର ଓଡି-୦୩-ଏକ୍ସ -୦୦୫୬ ଗୋଟିଏ, କଳା ରଙ୍ଗର ବଜାଜ୍ ପଲସର ନଂ. ଓଡି-୧୯-ଏଚ- ୨୪୩୬ ଗୋଟିଏ ଏବଂ ବାଇକ ଚୋରୀ ରାକେଟ ଗ୍ୟାଙ୍ଗ ର ୪ ଜଣକୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ଦୁଇଟି ଭୁଜାଲି ମଧ୍ୟ ଜବତ କରାଯାଇଛି । ଗିରଫ ବ୍ୟକ୍ତି ମାନେ ବାଲିଗୁଡା ଥାନା ବାନ୍ଦାପାଙ୍ଗା ଗ୍ରାମର ଆକାଶ ମଲ୍ଲିକ (୧୯) , ରେବିଙ୍ଗିଆ ଗ୍ରାମର ଶକ୍ତି ଶେଖର ବେହେରା ((୨୧), ସେମାନଙ୍କ ମଧ୍ୟ ରେ ଦୁଇ ଜଣ ନାବାଳକ ରହିଛନ୍ତି । ଅଭିଯୁକ୍ତ ମାନଙ୍କୁ ଗିରଫ କରାଯାଇ ଦୁଇ ଜଣଙ୍କୁ ବାଲିଗୁଡା କୋର୍ଟକୁ ଏବଂ ଉଭୟ ନାବାଳକଙ୍କୁ ଫୁଲବାଣୀ ଜୁଭେନାଇଲ କୋର୍ଟ ରେ ହାଜର କରାଯାଇଛି। ଜବତ ବାଇକ କୁ ଆଇନ ଅନୁଯାୟୀ ହସ୍ତାନ୍ତର କରାଯିବ। କେଉଁ କେଉଁ ଥାନା ଅଞ୍ଚଳ ରେ ଏହି ୪ ଜଣ ବାଇକ ଚୋରୀ ରେ ସମ୍ପୃକ୍ତ ରହିଛନ୍ତି ତାହାର ମଧ୍ୟ ତଦନ୍ତ ଜାରି ରହିଛି । ଏହି ସାମ୍ବାଦିକ ସମ୍ମିଳନୀରେ ସମସ୍ତ ପୋଲିସ ଅଧିକାରୀଙ୍କ ସହ ବାଲିଗୁଡା ଥାନା ଅଧିକାରୀ ସମୀର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

