ଭୁବନେଶ୍ଵର,୨୩/୦୪(ପାଇକପୁଅ)ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଭଏସ୍ ଅଫ୍ ସୋଆ କମ୍ୟୁନିଟି
ରେଡ଼ିଓ ୯୦.୪କୁ ବୁଧବାର ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟର ଛାତ୍ରୀମାନେ ବୁଲି ଦେଖୁଛନ୍ତି । ଗଣମାଧ୍ୟମ ଓ
ତମ୍ପର୍କିତ କାର୍ଯ୍ୟଧାରା ସମ୍ପର୍କରେ ଓ ରେଡ଼ିଓ ସହ ଜଡ଼ିତ ଅଧୁକ ଜ୍ଞାନ ଆହରଣ କରିବା ପାଇଁ ସୋଆରେଡ଼ିଓ ବୁଲି ଦେଖୁଛନ୍ତି ଛାତ୍ରୀମାନେ ।
ସୋଆ ରେଡ଼ିଓରେ ପହଂଚି ଛାତ୍ରୀମାନେ ରେଡ଼ିଓର କାର୍ଯ୍ୟଧାରା ସହ ବୈଷୟିକ ଦିଗଗୁଡ଼ିକ ଉପରେ ଅଧିକ ତଥ୍ୟ ଗ୍ରହଣ କରିଥିଲେ ।
କୃତ୍ରିମ ବୁଦ୍ଧିମତା ଏବଂ ରେଡ଼ିଓ ମଧ୍ଯରେ କିପରି ଭାବେ ସମ୍ପର୍କ ସୁଦୃଢ଼ ହୋଇପାରିବ ସେ ବିଷୟରେ ବୁଝିଥିଲେ ।ରେଡ଼ିଓର ଭବିଷ୍ୟତ କାର୍ଯ୍ୟକଳାପ ସହିତ ପ୍ରଯୁକ୍ତି ବିଦ୍ୟାକୁ ଏଥରେ କିଭଳି ଯୋଡ଼ି ହେବ ସେ ନେଇ ଛାତ୍ରୀମାନେ ଅଧିକ ଜ୍ଞାନ ଆହରଣ କରିଥିଲେ ବୋଲି ସୋଆ କମ୍ୟୁନିଟି ରେଡ଼ିଓ ୯୦.୪ର ଦାୟିତ୍ବରେ ଥିବା ଅଧିକାରୀ ଶ୍ରୀମତି ହନୀ ପଟ୍ଟନାୟକ କହିଛନ୍ତି ।
