ବାଲିଗୁଡା,୨୩/୦୪(ସଞ୍ଜୟ କୁମାର ପାଣିଗ୍ରାହୀ)କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ଥାନାର ଲାଇନପଡା ଫାଣ୍ଡି କୁସୁମେଣ୍ଡି ଗ୍ରାମପଞ୍ଚାୟତର ବୁଡ଼େଡି ଠାରେ ଚଳିତ ମାସ ୧୮ ତାରିଖରେ ଘଟିଥିବା ଗୁଳିକାଣ୍ଡରେ ନାବାଳକ ବିଭୁତି କହଁର(୧୬)ଙ୍କ ମୃତ ଘଟିଥିଲା।ଉକ୍ତ ଗୁଳିକାଣ୍ଡରେ ଦୁଇଜଣ ସମ୍ପୃକ୍ତ ଥିବା ପୋଲିସ ଜାଣି ପାରିଥିଲେ ସେମାନେ ହେଲେ ପ୍ରତାପ କହଁର (୨୯) ଏବଂ ସୁମନ ବିନ୍ଧାଣି (୧୭)। ସେହି ଦୁହିଁଙ୍କ ମଧ୍ୟରୁ ପ୍ରତାପ କହଁର ମୁଖ୍ୟ ଆସାମୀ ଥିବା ବେଳେ ସେ ଫେରାର ହୋଇଯାଇଥିଲେ।ସୁମନ ବିନ୍ଧାଣିଙ୍କୁ ଅଟକ ରଖି ପଚରାଉଚରା ପରେ ପରବର୍ତ୍ତୀ ସମୟରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିଲା ।ଫେରାର ଥିବା ମୁଖ୍ୟ ଆସାମୀ ପ୍ରତାପ କହଁରଙ୍କୁ ଗୁରୁବାର ଟିକାବାଲି ପୋଲିସ ନିଜ ଗ୍ରାମରୁ ଧରିବା ନିମନ୍ତେ ସକ୍ଷମ ହୋଇଥିଲେ। ଟିକାବାଲି ପୋଲିସ ତାଙ୍କୁ ଜେରା କରିଥିଲେ।ତାଙ୍କ ବନ୍ଧୁକରୁ ଗୁଳି ବାଜି ସୁମନର ମୃତ ହୋଇଥିବା ବିଷୟ ପ୍ରତାପ ନିଜେ ସ୍ୱୀକାର କରିଥିଲେ। ଗୁରୁବାର ପ୍ରତାପ କହଁରଙ୍କୁ ଫୁଲବାଣୀ ସ୍ଥିତ ଏସଡିଜେଏମ କୋର୍ଟ କୁସ୍ଥାନାନ୍ତରିତ କରାଯାଇଥିବା ବିଷୟ ଥାନା ଅଧିକାରୀ ସମୀର କୁମାର ବେହେରା ସୂଚନା ଦେଇଛନ୍ତି।
