ଯୋଡ଼ା, ୨୪/୦୪(ପାଇକପୁଅ)କେନ୍ଦୁଝର ଜିଲ୍ଲା ଯୋଡ଼ା ପୌରପାଳିକା ଅନ୍ତର୍ଗତ ଫେରୋ ପ୍ଲାଣ୍ଟ ଠାରୁ ଏକ ବିଶାଳ ରାଲିରେ ଆସି ଯୋଡ଼ା ବସ୍ ଷ୍ଟାଣ୍ଡସ୍ଥିତ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ବିରୋଧି ନେତାଙ୍କ ବିରୋଧରେ ବିଭିନ୍ନ ନାରା ଦେବା ସହିତ ସେମାନଙ୍କର କୁଶପୁତ୍ତଳିକା ଦାହ କରିଥିବା ଦେଖିବାକୁ ମିଳିଛି। ସୂଚନା ଥାଉକି ନିକଟରେ କେନ୍ଦ୍ରସରକାର ଆଣିଥିବା ୩୩ପ୍ରତିଶତ ମହିଳା ସଂରକ୍ଷଣ ବିଲ୍ କୁ ବିରୋଧି ଦଳମାନେ ବିରୋଧ କରିବାରୁ ଏହା ସଂସଦରେ କାଟ୍ ଖାଇଥିଲା, ଫଳରେ ଶାସକ ଦଳ ଦେଶସାରା ବିରୋଧି ଦଳକୁ ମହିଳା ବିରୋଧି ଆଖ୍ୟା ଦେଇ ବିକ୍ଷୋଭ ପ୍ରଦର୍ଶନ ଜାରୀ ରଖିଛି। ଆଜି ଯୋଡ଼ାରେ ମହିଳା ମୋର୍ଚ୍ଚା ନେତ୍ରୀ ଓ କାର୍ଯ୍ୟକର୍ତ୍ତା, ଯୁବ ମୋର୍ଚ୍ଚା ନେତା ଓ କାର୍ଯ୍ୟକର୍ତ୍ତା , ବିଜେପି ର ବହୁ ନେତା ଓ କାର୍ଯ୍ୟକର୍ତ୍ତାଙ୍କ ସହିତ ଜିଲ୍ଲା ସଭାପତି ଶୁକଦେବ ମହାନ୍ତ, ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ରୁଦ୍ର ପ୍ରାସାଦ ବେହେରା ଓ ମହିଳା ମୋର୍ଚ୍ଚା ର ପଦାଧିକାରୀ ଉପସ୍ଥିତ ଥିଲେ। ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, ଅଖ୍ଲେସ ଯାଦବ, ମମତା ବାନାର୍ଜୀ ଓ ନବୀନ ପଟ୍ଟନାୟକଙ୍କ କୁଶପୁତ୍ତଳିକା ଦାହ କରିଥିବା ଆଜି ଯୋଡ଼ା ଠାରେ ଦେଖିବାକୁ ମିଳିଛି ।
