ଯୋଡ଼ା, ୦୯/୦୩(ପାଇକପୁଅ)କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ଅନ୍ତର୍ଗତ ରୁଙ୍ଗଟା ମାଇନ୍ସ୍ର କରାକୋଲ୍ହା ପ୍ଲାଣ୍ଟରେ ୫୫ତମ ଜାତୀୟ ସୁରକ୍ଷା ମାସ ପାଳନ ଅବସରରେ ଜାତୀୟ ସୁରକ୍ଷା ମାସର ଉଦ୍ଘାଟନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମର ମୂଖ୍ୟ ଉଦ୍ଦେଶ୍ୟ ହେଉଛି କାର୍ଯ୍ୟସ୍ଥଳରେ ସୁରକ୍ଷା ବିଷୟରେ ସମସ୍ତଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଏବଂ ଏକ ବିପଦମୁକ୍ତ ପରିବେଶ ଗଢ଼ି ତୋଳିବା।
ଏହି ଅବସରରେ ଫ୍ୟାକ୍ଟ୍ରି ଅକ୍ୟୁପାୟର୍ ଶ୍ରୀ ପ୍ରଣୟ କୁମାର ଦେଓଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ସଫଳତାର ସହିତ ଆୟୋଜିତ ହୋଇଥିଲା। ଏହା ସହିତ ଫ୍ୟାକ୍ଟ୍ରି ମ୍ୟାନେଜର ଶ୍ରୀ ସୁରେଶ କୁମାର ମହାପାତ୍ର ଏବଂ ମାନବ ସମ୍ବଳ ଅଧିକାରୀ ଶ୍ରୀ ଆନନ୍ଦ ଚରଣ ସାହୁ ଉପସ୍ଥିତ ରହି ନିଜ ବକ୍ତବ୍ୟରେ କର୍ମଚାରୀ ମାନଙ୍କୁ ସଦା ସୁରକ୍ଷିତ ଭାବରେ କାମ କରିବା ଏବଂ ସୁରକ୍ଷା ନୀତିକୁ ଅନୁସରଣ କରିବା ପାଇଁ ପ୍ରେରଣା ଦେଇଥିଲେ।
ସୁରକ୍ଷା ମାସର ପ୍ରାରମ୍ଭିକ ଦିନରେ ସେଫ୍ଟି ଫ୍ଲାଗ୍ ହୋଷ୍ଟିଂ ସହ ଉଦ୍ଘାଟନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏହି ଅବସରରେ ସୁରକ୍ଷା ଅଧିକାରୀ ଶ୍ରୀ ଦେବରାଜ ଭଞ୍ଜଙ୍କ ଦ୍ୱାରା ସୁରକ୍ଷା ଶପଥ ପାଠ କରାଯାଇଥିଲା ଏବଂ ସମସ୍ତ କର୍ମଚାରୀ ଏହି ଶପଥ ଗ୍ରହଣ କରିଥିଲେ।
ଏହି କାର୍ଯ୍ୟକ୍ରମକୁ ସଫଳ ଭାବରେ ପରିଚାଳନା କରିବା ପାଇଁ ଲିଆଇଜନ୍ ହେଡ୍ ଶ୍ରୀ ବି.ଆର୍. ପାଢ଼ୀ, ପାୱାର୍ ପ୍ଲାଣ୍ଟ ହେଡ୍ ଶ୍ରୀ କେ.ସି. ପାତ୍ର, ଡେସ୍ପ୍ଯାଚ ହେଡ୍ ଶ୍ରୀ ଶୋଭିକ ଭଟ୍ଟାଚାର୍ଯ୍ୟ ସହ ଅନ୍ୟାନ୍ୟ ଅଧିକାରୀମାନେ ସକ୍ରିୟ ଭାବରେ ନିଜର ଯୋଗଦାନ ଦେଇ ସୁରକ୍ଷା ମାସର ଉଦ୍ଘାଟନୀ କାର୍ଯ୍ୟକ୍ରମକୁ ସଫଳ କରିଥିଲେ।
