ମାଲକାନଗିରି,୨୭/୦୨ (ସୁଧାଂଶୁ ଶେଖର ମହାନ୍ତି)ଓଡିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ମାଲକାନଗିରି ଜିଲ୍ଲାର ସମସ୍ତ ବ୍ଲକ ଏବଂ ଟାଉନ ସଭାପତି ଚୟନ ନେଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଉକ୍ତ ବିଜ୍ଞପ୍ତିରେ ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ର ନୂତନ କଂଗ୍ରେସ ସଭାପତି ଭାବେ ମୁକୁନ୍ଦ ମାଡକାମୀ ଏବଂ ବାଲିମେଳା ଏନଏସି ର ନୂତନ କଂଗ୍ରେସ ସଭାପତି ଭାବେ ସୁରେଶ ଖୋସଲା ଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି। ତେବେ ମୁକୁନ୍ଦ ଏବଂ ସୁରେଶ କଂଗ୍ରେସ ଦଳର ବରିଷ୍ଠ କର୍ମକର୍ତ୍ତା ଭାବେ ଆଜିକୁ ଦୀର୍ଘ ବର୍ଷ ଧରି ଦଳ ପାଇଁ ନିଃସ୍ୱାର୍ଥପର ଭାବେ କାମ କରି ଆସୁଛନ୍ତି। ତେଣୁ ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ ଉଭୟଙ୍କ ଉପରେ ଆସ୍ଥା ରଖି ଏହି ଦାୟିତ୍ୱ ପ୍ରଦାନ କରିଥିବା ଜଣାପଡ଼ିଛି। ଏନେଇ ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ ଉଭୟଙ୍କୁ ଶୁଭେଚ୍ଛା ଜଣାଇବା ସହ ନିଜର ସୋସିଆଲ ମିଡ଼ିଆ ଆକାଉଣ୍ଟରେ ସମସ୍ତ ନୂତନ ବ୍ଲକ ଏବଂ ଟାଉନ କଂଗ୍ରେସ ସଭାପତି ମାନଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି। ତେବେ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର ଏହି କୋରୁକୋଣ୍ଡା ବ୍ଲକ ଏବଂ ବାଲିମେଳା ସହର ହୋଇଥିବା ବେଳେ ଏହି ଉଭୟ ନୂତନ ବ୍ଲକ ଏବଂ ଟାଉନ କଂଗ୍ରେସ ସଭାପତି ମୁକୁନ୍ଦ ଏବଂ ସୁରେଶ ହେବା ପରେ କଂଗ୍ରେସ ଦଳ ମଜବୁତ ହେବା ସହ ସଂଗଠନ କୁ ସୁଦୃଢ କରି ଆଗାମୀ ପଂଚାୟତ ନିର୍ବାଚନରେ ନିଶ୍ଚୟ କଂଗ୍ରେସ ବାଜିମାତ କରିବ ବୋଲି ଅନୁମାନ କରାଯାଉଛି। ଉଭୟ ମୁକୁନ୍ଦ ଏବଂ ସୁରେଶ ପ୍ରଦେଶ କଂଗ୍ରେସ କମିଟି କୁ ଧନ୍ୟବାଦ ଦେବା ସହ କଂଗ୍ରେସ ଆଗାମୀ ଦିନରେ ଗ୍ରାଉଣ୍ଡ ଜିରୋରେ ଲୋକମାନଙ୍କ ପାଇଁ କାମ ନିଶ୍ଚୟ ବିଜୟ ହାସଲ କରିବ ବୋଲି ଉଭୟ ପ୍ରକାଶ କରିଛନ୍ତି।
