ବାରିପଦା, ୨୭/୦୨(ପାଇକପୁଅ)ଦେଶର ଅଗ୍ରଣୀ ଜନସେବା ସଂଗଠନ ଅଞ୍ଛଳ ଭାରତୀୟ ମାରୱାଡି ୟୁବା ମର ପୂର୍ବତନ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ହେମନ୍ତ ସାହା ମାରୱାଡି ୟୁଥ ଫୋରମ ଆର୍ନ୍ତଜାତୀୟ ଫୋରମର ଭାଇସଚେୟାରମେନଭାବେ ନିଯୁକ୍ତ ହୋଇଛନ୍ତି । ଶ୍ରୀ ସାହାଙ୍କୁ ଏହି ଦାୟିତ୍ଵ ସଂଗଠନର ଜାତୀୟ ସଭାପତି ଶ୍ରୀ ସୁରେଶ ଜେନ୍ ଦାୟିତ୍ବ ପ୍ରଦାନ କରିଛନ୍ତି । ଏହି ନିଯୁକ୍ତି ସହ ହେମନ୍ତ ସାହା ଓଡ଼ିଶା, ଝାରଖଣ୍ଡ, ବିହାର, ପଶ୍ଚିମବଙ୍ଗ, ଦିଲ୍ଲୀ ଓ ରାଜସ୍ଥାନ ସମେତ ସମଗ୍ର ଦେଶରେ ମଠ ପରିବାରରେ ଖୁସିର ଲହରି ଖେଳିଯାଇଛି । ଶ୍ରୀ ସାହା ବିଦେଶରେ ଅନେକ ଆନ୍ତର୍ଜାତୀୟ ଶାଖା ପୂର୍ବରୁ ଖୋଲି ସାରିଛନ୍ତି ଯେପରିକି ଦୁବାଇ, ଆବୁଧାବି, ମାଲେସିଆ,ଥାଇଲାଣ୍ଡ,ଲଣ୍ଡନ, ସିଙ୍ଗାପୁର, ନେପାଳର କାଠମାଣ୍ଡୁ ଭଳି ଅନେକ ଶାଖା । ଏହି ନିଯୁକ୍ତି ଉପରେ ଅନେକ ରାଜ୍ୟର ସଭାପତି ଏବଂ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଏବଂ ପୂର୍ବତନ ରାଷ୍ଟ୍ରୀୟ ଅଧ୍ୟକ୍ଷମାନେ ଅଭିନନ୍ଦନ ଜଣାଇଛନ୍ତି । ଦେଶ ବାହାରେ ପ୍ଲାଟଫର୍ମର ସେବା ପ୍ରକଳ୍ପ ପ୍ରତିଷ୍ଠା କରିବା, ଭାରତୀୟ ସଂସ୍କୃତି, କଳା, ଅଣସଂରକ୍ଷିତ ଜମି, ଖାଦ୍ୟ ଏବଂ ପାନୀୟ ଜଳ ସହିତ ଜଡିତ ରହିବା ପାଇଁ ନିରନ୍ତର ପ୍ରୟାସ କରିବେ ବୋଲି ଶ୍ରୀ ସାହା ମତ ପ୍ରକାଶ କରିଛନ୍ତି । ଭାରତ ବାହାରେ ରହୁଥିବା ପ୍ରବାସୀ ଭାରତୀୟଙ୍କ ସହ ସମ୍ପର୍କ ସ୍ଥାପନ କରି ଭାରତର କଳା ଓ ସଂସ୍କୃତିକୁ ବିଦେଶରେ କିପରି ଉଚ୍ଚସ୍ଥାନ ପ୍ରାପ୍ତ ହୋଇପାରିବ ସେଥ୍ ନିମନ୍ତେ ପ୍ରୟାସ ଜାରି ରହିବ ବୋଲି ଆଶ୍ଵାସନା ଦେଇଛନ୍ତି । ପ୍ରକାଶ ଥାଉ କି ଯେ ଶ୍ରୀ ସାହା ପୂର୍ବରୁ ଅମ୍ରିତ ଧାରାର ରାଷ୍ଟ୍ରୀୟ ସଂଯୋଜକ ଭାବରେ ଭାରତରେ ୩୦୦୦ ରୁ ଉର୍ଦ୍ଧ୍ଵ ଅମ୍ରିତ ଧାରା ପ୍ରକଳ୍ପ ସ୍ଥାପିତ କରିସାରିଛନ୍ତି ।
