କେନ୍ଦୁଝର/ଯୋଡା,୨୭/୦୨(ପାଇକପୁଅ): ଯୋଡା ପୌରପାଳିକା ଅନ୍ତର୍ଗତ ୱାର୍ଡ ନମ୍ବର–୬ରେ କଳିଙ୍ଗ ସମର୍ପଣ ଫାଉଂଡେସନ ପକ୍ଷରୁ ଏକ ନିଃଶୁଳ୍କ ସ୍ୱାସ୍ଥ୍ୟ ଶିବିର ସଫଳତାର ସହ ଆୟୋଜନ କରାଯାଇଥିଲା। ଏହି ଶିବିରରେ ସ୍ଥାନୀୟ ଲୋକମାନଙ୍କୁ ନିଶୁଳ୍କ ସ୍ୱାସ୍ଥ୍ୟ ପରୀକ୍ଷା, ଡାକ୍ତରୀ ପରାମର୍ଶ ଓ ଔଷଧ ବଣ୍ଟନ କରାଯାଇଥିଲା।କାର୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଡାର ଅତିରିକ୍ତ ଭାରପ୍ରାପ୍ତ ଥାନା ଅଧିକାରୀ ସୁଶାନ୍ତ ପ୍ରଧାନ ଯୋଗଦେଇଥିଲେ। ସେ ଫାଉଣ୍ଡେସନଙ୍କ ଏହି ସେବାମୂଳକ ପଦକ୍ଷେପକୁ ସ୍ୱାଗତ କରି କହିଥିଲେ ଯେ, ସମାଜର ଅବହେଳିତ ଓ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବର୍ଗଙ୍କ ପାଇଁ ଏପରି ସ୍ୱାସ୍ଥ୍ୟ ଶିବିର ଅତ୍ୟନ୍ତ ଆବଶ୍ୟକ।
ଏହା ସହିତ ଏସ ଆଇ ଅଜୟ ପ୍ରତାପ ମୁଣ୍ଡୁ, ବିଜେପି ର ଜିଲ୍ଲା ଇକୋନୋମିକ୍ ସେଲ୍ କୋ-ଅର୍ଡିନେଟର ରଶ୍ମି ରଞ୍ଜନ ମହାକୁଡ଼, ୬ ନମ୍ବର ୱାର୍ଡ କାଉନ୍ସିଲର ଗଣେଶ ମୋଦି, ଯୋଡା ସାଂସଦ ପ୍ରତିନିଧି ବିଚିତ୍ରାନନ୍ଦ ଦାସ, ସମାଜସେବୀ ରଜନୀ ରାଓ ଓ ଯୁବନେତା ତାରିଣୀ ପ୍ରଧାନ ଉପସ୍ଥିତ ଥିଲେ ଓ କାର୍ୟକ୍ରମକୁ ସମ୍ପୂର୍ଣ ସହଯୋଗ କରିଥିଲେ।ଶିବିରକୁ ସଫଳ କରିବାରେ ଡାକ୍ତର ଇପ୍ସିତା ମହାନ୍ତ, ଫାର୍ମାସିଷ୍ଟ ସୁଭାଶ୍ରୀ ଆଚାର୍ୟ, ଲ୍ୟାବ୍ ଟେକ୍ନିସିଆନ୍ ଯଶୋମତୀ ମହାନ୍ତ, ଏଏନଏମ୍ ନମିତା ମହାନ୍ତ ଓ ମୋବିଲାଇଜର ଚମ୍ପାବତୀ ବାଘୁଆ ମୁଖ୍ୟ ଭୂମିକା ନିଭାଇଥିଲେ।ଆନନ୍ଦ ବାରିକ, ଫାଉଣ୍ଡେସନର ଡାଇରେକ୍ଟର, ସମଗ୍ର କାର୍ୟକ୍ରମକୁ ସମନ୍ୱୟ କରିଥିଲେ ଓ ପ୍ରତ୍ୟେକ ୱାର୍ଡରେ ଏଭଳି ସେବାମୂଳକ ପଦକ୍ଷେପ ଆଗାମୀ ଦିନରେ ମଧ୍ୟ ଜାରି ରଖାଯିବ ବୋଲି ଘୋଷଣା କରିଥିଲେ।ଶିବିରରେ ଶତାଧିକ ଲୋକ ଯୋଗଦେଇ ସ୍ୱାସ୍ଥ୍ୟ ସେବାର ଲାଭ ଉଠାଇଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଏହି ପଦକ୍ଷେପକୁ ବ୍ୟାପକ ସ୍ୱାଗତ ମିଳିଛି।
