ମାଲକାନଗିରି,୨୬/୦୨ (ସୁଧାଂଶୁ ଶେଖର ମହାନ୍ତି) ସକାଳ ସମୟରେ ମାଲକାନଗିରି-କୋରୁକୋଣ୍ଡା ମୁଖ୍ୟ ରାସ୍ତାର ଟେକଗୁଡା ନିକଟରେ ଟ୍ରକ ସହିତ ମୋଟର ସାଇକେଲ ମୁଁହାମୁହିଁ ଧକ୍କା ହୋଇଥିଲା। ଧକ୍କା ହେବା ଫଳରେ ସ୍ଵାମୀ ସ୍ତ୍ରୀ ଗୁରୁତର ଆହତ ହୋଇଥିଲେ। ଉକ୍ତ ଦମ୍ପତି ଙ୍କ ୨ ପୁଅ ତାଙ୍କ ସହ ରହିଥିବା ବେଳେ ଦୁର୍ଘଟଣାରେ ୨ ପୁଅ ଙ୍କ ଗୋଡ ଭାଙ୍ଗି ଯାଇଥିଲା। ଗୋଡ଼ ଭାଙ୍ଗିଯିବାରୁ ସେମାନଙ୍କୁ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ଚିକିତ୍ସା ନିମନ୍ତେ ପଠା ଯାଇଥିଲା। ସେଠାରେ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବା ଦେଖି ଡାକ୍ତର ଗୁରୁତରଙ୍କୁ ଜୟପୁର ଏବଂ ଆନ୍ଧ୍ରପ୍ରଦେଶ ସ୍ଥିତ ବିଶାଖାପାଟଣାକୁ ସ୍ଥାନାନ୍ତର କରିଥିବା ତାଙ୍କର ସମ୍ପର୍କୀୟ କହିଛନ୍ତି । ପ୍ରତ୍ୟକ୍ଷଦର୍ଶୀ ଏବଂ ପରିବାର ଲୋକଙ୍କ କହିବାନୁଯାୟୀ କୋରୁକୋଣ୍ଡା ଗ୍ରାମର ସନ୍ତୋଷ ଗୌଡ ନିଜର ମୋଟର ସାଇକେଲ ନଂ(ଓଡି୧୦ ଜି୬୯୨୭) ହୋଣ୍ଡା ୟୁନିକନରେନ ନିଜ ସ୍ତ୍ରୀ ସହିତ ଦୁଇ ପୁଅଙ୍କୁ ନେଇ ମାଲକାନଗିରି ରୁ ସୁଦଶା ବ୍ରତ ନିମନ୍ତେ ନିଜ ଘରକୁ ଫେରୁଥିଲେ। ଟେକଗୁଡା ନିକଟ ରାସ୍ତା ଉପରେ ଏକ ଅଟୋ ଠିଆ ହୋଇଥିବା କାରଣରୁ ତାକୁ ବାଟ ଦେବାକୁ ଚେଷ୍ଟା କରିବା ସମୟରେ କୋରୁକୋଣ୍ଡା ପଟୁ ମାଲକାନଗିରି ଆଡକୁ ଯାଉଥିବା ଟ୍ରକ ନଂ (ସିଜି୦୪ପିଏନ୧୯୯୯) ଉକ୍ତ ବାଇକୁ ଧକ୍କା ଦେବା ଫଳରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି। ଦୁର୍ଘଟଣାରେ ଦୁଇ ପୁଅଙ୍କ ଗୋଡ଼ ଭାଙ୍ଗି ଯାଇଥିବା ଏକ୍ସରେ ମାଧ୍ୟମରେ ଜଣାପଡିଛି। ଦୁର୍ଘଟଣା କରିଥିବା ଟ୍ରକ ଟିକୁ ସ୍ଥାନୀୟ ଲୋକେ ମାଲକାନଗିରି ପୋଲିସ କୁ ଜିମା ଦେଇଥିବା କହିଛନ୍ତି।
