ମାଲକାନଗିରି,୧୭/୦୨ (ସୁଧାଂଶୁ ଶେଖର ମହାନ୍ତି)ମାଲକାନଗିରି ଜିଲ୍ଲାର ବଣ୍ଡାଘାଟି କହିଲେ ଆଖି ଆଗରେ ଉଙ୍କି ମାରେ ଆଦିମ ବଣ୍ଡା ଜନଜାତିଙ୍କ ଚେହେରା ଏବଂ ସୁନ୍ଦର ଓ ପ୍ରକୃତିକ ପରିବଣ୍ଡାଙ୍କୁ ସ୍ଵାବଲମ୍ବୀ କରିବ କ୍ୟାପିସିକମ, ପୂର୍ବରୁ ଷ୍ତ୍ରବେରି ପରେ ବର୍ତ୍ତମାନ ୬ ଏକର ଜମିରେ ଆରମ୍ଭ ହେଲା କ୍ୟାପସିକମ ଚାଷବେଶ ମଧ୍ୟରେ ମନୋଲୋଭା ଅଞ୍ଚଳର ଚିତ୍ର। ସମୁଦ୍ର ପଟାଁ ଠାରୁ ପ୍ରାୟ ୫୦୦୦ ଫୁଟ ଉଚ୍ଛରେ ଥିବା ଏହି ବଣ୍ଡା ଘାଟି ଏକଦା ବିକାଶ ଠାରୁ କୋଷ ଦୂରରେ ଥିଲା। ଏଠାରେ ଶିକ୍ଷା, ସ୍ୱାସ୍ଥ୍ୟ ଭଳି ମୌଳିକ ସୁବିଧା ମିଳିବା ମଧ୍ୟ ବେସ କଷ୍ଟକର ହୋଇପଡିଥିଲା। କିନ୍ତୁ ବିଗତ ସରକାରଙ୍କ ଅହରହ ଉଦ୍ୟମ ଓ ପ୍ରଚେଷ୍ଟା ପରେ ଏହି ଆଦିମ ଜନଜାତିଙ୍କୁ ମୁଖ୍ୟ ସ୍ରୋତରେ ସାମିଲ ପାଇଁ ନିଆଯାଇଥିଲା ଅନେକ ଯୁଗାନ୍ତକାରୀ ପଦକ୍ଷେପ। ବିଗତ କିଛି ବର୍ଷ ପୂର୍ବେ ଏହି ଅଞ୍ଚରଳରେ ଲୋକଙ୍କୁ ସ୍ଵାବଲମ୍ବୀ କରିବା ପାଇଁ ପୂର୍ବ ସରକାର କାଜୁ ପ୍ରକ୍ରିୟା କରଣ କେନ୍ଦ୍ର ସ୍ଥାପନ କରିବା ସହ ଷ୍ତ୍ରବେରି ଚାଷର ଆରମ୍ଭ କରାଇଥିଲେ। ଯାହାକି ଏହି ଆଦିମ ଜନଜାତିଙ୍କୁ ସ୍ଵତନ୍ତ୍ର ପରିଚୟ ଦେଇଥିଲା। ଜିଲ୍ଲାରେ ପ୍ରଥମ ଥର ପାଇଁ ଏହି ଅଞ୍ଚଳରେ ଷ୍ତ୍ରବେରି ଚାଷ ହୋଇଥିବା ବେଳେ ଏହା ସ୍ଥାନୀୟ ଲୋକଙ୍କୁ ଭଲ ରୋଜଗାର ମଧ୍ୟ ଯୋଗାଇଥିଲା। ଏହି ଚାଷ ବର୍ତ୍ତମାନ ମଧ୍ୟ ଜାରି ରହିଥିବା ବେଳେ ବର୍ତ୍ତମାନ ଏହି ଜନଜାତିଙ୍କୁ ଅଧିକ ସ୍ଵାବଲମ୍ବୀ କରିବା ଲାଗି ପ୍ରଥମ ଥର ପାଇଁ ଅଞ୍ଚଳର ବଣ୍ଡାପଡାରେ ଆରମ୍ଭ କରାଯାଇଛି କ୍ୟାପସିକମ ଚାଷ। ଘାଟି ଉପରେ ଥିବା ଖଇରପୁଟ ବ୍ଲକର ଦୁଇଟି ପଞ୍ଚାୟତ ଅଣ୍ଡରାହାଲ ଏବଂ ମୁଦୁଲିପଡାର ୩୨ ଟି ଗ୍ରାମବାସୀଙ୍କ ସାମାଜିକ ଅର୍ଥନୈତିକ ବିକାଶ ପାଇଁ ପ୍ରଶାସନର ଚେଷ୍ଟା ଜାରି ରଖିଥିବା ବେଳେ ନିଆଯାଇଛି ଏହି ପଦକ୍ଷେପ। ଆର୍ଥିକ ସ୍ଥିତି ମଜଭୁତ ପାଇଁ କ୍ୟାପିସିକମ ଚାଷ ପାଇଁ ବଣ୍ଡାଙ୍କୁ ପ୍ରୋତ୍ସାହନ ଯୋଗାଇଛି ଜିଲ୍ଲା ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା। ଯାହା ଫଳରେ ପ୍ରଥକରି ବଣ୍ଡାପଡା ଗ୍ରାମରେ ୬ ଜଣ ଚାଷୀ ୬ ଏକର ଜମିରେ କ୍ୟାପିସିକମ ଚାଷ ପାଇଁ ଉତ୍ସାହିତ ହୋଇ ଅଣ୍ଟା ଭିଡିଛନ୍ତି। ପ୍ରାୟ ଅଢେଇ ଏକର ଜମିରେ ଲକ୍ଷଣ ମୁଦୁଲି ନାମକ ଚାଷୀ କ୍ୟାପିସିକମ ଚାଷ କରିଛନ୍ତି। ଅମଳ ଭଲ ହେଲେ ଏକର ପିଛା ୨ ଲକ୍ଷରୁ ଉର୍ଦ୍ଧ ଟଙ୍କା ରୋଜଗାର ହୋଇପାରିବ ବୋଲି ସେ ଆସା ବିକଟ କରିଛନ୍ତି।

ଏହି ଲାଭ ଜନକ ଚାଷକୁ କିପରି ବଣ୍ଡା ଲୋକ ଅପେଣେଇବେ ସେ ନେଇ ସଚେତନ କରାଯାଉଥିବା ବେଳେ ପ୍ରଶାସନ ତରଫରୁ ବଣ୍ଡା ମହିଳାଙ୍କୁ ଓ ପୁରୁଷଙ୍କୁ କ୍ୟାପିସିକମ ଗଛର ଯତ୍ନ ନେବା ଏବଂ କିପରି ଅଧିକା ଅମଳ କ୍ଷମ ହେବେ, ସେ ନେଇ ତାଲିମ ଦିଆଯାଇଛି। ଏହି ଚାଷ ଆରମ୍ଭ ପରେ ଜିଲ୍ଲାପାଳ ସୋମେଷ କୁମାର ଉପଧାୟ ନିଜେ ବଣ୍ଡାପଡା ଗ୍ରାମରେ ପହଞ୍ଚି ଚାଷ କିପରି ହେଉଛି ଏବଂ ଚାଷୀ କେତେ ଖୁଶି ଅଛନ୍ତି ସେନେଇ ଅନୁଧ୍ୟାନ କରିଥିଲେ। ବଜାରରେ କ୍ୟାପିସିକମର ଚାହିଦା ଅଧିକ ରହିଥିବରୁ ଜିଲ୍ଲାରେ ପ୍ରଥମ କରି ବଣ୍ଡାଘାଟିରେ ଏହି ଚାଷ ଆରମ୍ଭ କରାଯାଇଛି। ବଜାରରେ ପ୍ରାୟ ୮୦ରୁ ୧୦୦ ଟଙ୍କା କିଲୋ ପ୍ରତି କ୍ୟାପିସିକମ ବିକ୍ରି ହେଉଥିବା ବେଳେ ଚାଷୀ ନିଜେ ଏହାକୁ ସୁଲଭ ମୂଲ୍ୟରେ ବିକ୍ରି କରି ବେଶ ଅର୍ଥ ଉପାର୍ଜନ କରିପାରିବେ ବୋଲି କୁହାଯାଇଛି। ଚାଷୀ ସଫଳ ହେଲେ ବଣ୍ଡା ଘାଟି ଅଞ୍ଚଳରେ ଲୋକେ ସ୍ଵବଲମ୍ବି ହେବା ସହ ଦାଦନ ସମସ୍ୟା ଦୂର ହେବ ବୋଲି ଆଶା କରାଯାଉଛି। ଷ୍ଟ୍ରବେରୀ ଚାଷ କରି ଲକ୍ଷ୍ମଣ ମୁଦୁଲି ସଫଳ ହୋଇଥିବାରୁ ତାଙ୍କୁ ସରକାର ପୁରସ୍କୃତ କରିବା ସହିତ ନଗଦ ଦଶ ହଜାର ଅର୍ଥରାଶି ପ୍ରଦାନ କରିଥିଲେ। ତେବେ ଆଗକୁ ମଧ୍ୟ ଏପରି ଅନେକ ଚାଷୀ ସଫଳ ହେବେ ବୋଲି ଲକ୍ଷ ରଖାଯାଇଛି।
