କୋଣାର୍କ, ୧୪/୦୨(ପାଇକପୁଅ) କୋଣାର୍କ ଥାନା ଭାରପ୍ରାପ୍ତ ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ସେଠୀଙ୍କ ପିପିଲି ଥାନାକୁ ବଦଳି ହେବା ପରେ ନୂତନ ଆଇଆଇସି ଭାବେ କୋଣାର୍କ ଥାନାରେ ପ୍ରଶାନ୍ତ କୁମାର ପଢ଼ିହାରୀ ଯୋଗଦେଇ ଅଛନ୍ତି।ଏହି ଅବସରରେ ନୂତନ ଅଧିକାରୀଙ୍କୁ ଶୁକ୍ରବାର ସନ୍ଧ୍ୟାରେ ଯୁବ ସାମ୍ବାଦିକ ଗଙ୍ଗାଧର ବେଉରା, ସାମ୍ବାଦିକ ବିଚିତ୍ର ଓଝା ପ୍ରମୁଖ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧନା ପ୍ରଦାନ ସହ ସ୍ୱାଗତ କରିଥିଲେ।କୋଣାର୍କରେ ଘଟୁଥିବା ବିଭିନ୍ନ ଅସାମାଜିକ କାର୍ଯ୍ୟକଳାପ ଉପରେ କଡା ନଜର ରଖିବା ସହ ରାତ୍ର ପେଟ୍ରୋଲିଙ୍ଗ ବ୍ୟବସ୍ଥାକୁ କଡାକଡି କରିବା ସହ ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ଉପରେ ନୂତନ ଥାନା ଅଧିକାରୀଙ୍କ ସହ ଆଲୋଚନା କରାଯାଇଥିଲା।
