କୋଣାର୍କ, ୧୩/୦୨(ପାଇକପୁଅ)କୋଣାର୍କ ସ୍ପୋର୍ଟସ ଏକାଡେମୀ ପକ୍ଷରୁ କୋଣାର୍କ ଭଗବତୀ ମହାବିଦ୍ୟାଳୟ ଖେଳପଡିଆ ରେ ଆୟୋଜିତ ଦ୍ଵିତୀୟ କ୍ୱାଟର ଫାଇନାଲ ମ୍ୟାଚ ରେ ଭୁବନେଶ୍ୱର ବି ବି ସି ଏ ଦଳକୁ କଟକ ରାଇଯିଂ ଷ୍ଟୁଡେଣ୍ଟ୍ ତିନି ୱିକେଟ ରେ ହରାଇ ସେମି ଫାଇନାଲ ରେ ପ୍ରବେଶ କରିଛି । ଟସ ଜିତି ଭୁବନେଶ୍ୱର ବି ବି ସି ଏ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ ହରାଇ ୧୧୩ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ସର୍ବାଧିକ ଯୁବରାଜ ସିଂ ୩୩ ବଲ୍ ରେ ୨୮ ରନ ସଂଗ୍ରହ କରିଥିବା ବେଳେ ରାଇଜିଙ୍ଗ ଷ୍ଟୁଡେଣ୍ଟ୍ ଦଳର ଦେବଦତ୍ତ ସାମଲ ୪ ଓଭରରେ ୨୧ରନ ଦେଇ ତିନୋଟି ୱିକେଟ ଅକ୍ତିଆର କରିଥିଲେ । ରୋହିତ ପାଲ ୪ ଓଭରରେ ୨୫ରନ ଦେଇ ୩ ୱିକେଟ ଅକ୍ତିଆର କରିଥିଲେ । ଜବାବରେ ରାଇଜିଙ୍ଗ ଷ୍ଟୁଡେଣ୍ଟ୍ ୧୮.୫ ଓଭର ଖେଳି ୭ ୱିକେଟ ହରାଇ ବିଜୟ ଲକ୍ଷ ହାସଲ କରିଥିଲା । ଦଳ ପକ୍ଷରୁ ଲକ୍ଷ୍ମଣ ସ୍ୱାଇଁ ସର୍ବାଧିକ ୪୦ ବଲରେ ୩୩ ରନ ସଂଗ୍ରହ କରିଥିବା ବେଳେ ବି ବି ସି ଏ ର ଆଶିଷ ଭୂୟାଁ ୪ ଓଭର ରେ ୧୭ ରନ ଦେଇ ଦୁଇଟି ୱିକେଟ ଅକ୍ତିଆର କରିଥିଲେ ।
ରାଇଜିଙ୍ଗ ଷ୍ଟୁଡେଣ୍ଟ୍ ର ଲକ୍ଷ୍ମଣ ସ୍ୱାଇଁ ମ୍ୟାନ ଅଫ ଦି ମ୍ୟାଚ୍ ଭାବେ ପୁରସ୍କୃତ ହୋଇଥିଲେ । ତୃତୀୟ କ୍ଵାଟର ଫାଇନାଲ ମ୍ୟାଚ୍ କୁ ପ୍ରମୋଦ ସିହ୍ନା ଓ ଦିବ୍ୟଜ୍ୟୋତି ରଥ ପରିଚାଳନା କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟକୁ ଭଏସ ଅଫ ଓଡ଼ିଶା ୟୁ ଟ୍ୟୁବ୍ ଚ୍ୟାନେଲ ମାଧ୍ୟମରେ ସିଧା ପ୍ରସାରଣ କରାଯାଇଥିଲା । ସମ୍ମାନିତ ଅତିଥି ଭାବେ ପୁରୀ ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ରଶ୍ମି ରଞ୍ଜନ ବିଶ୍ଵାଳ ଯୋଗଦେଇ ମ୍ୟାନ ଅଫ ଦି ମ୍ୟାଚ୍ ପୁରସ୍କାର ବିତରଣ କରିଥିଲେ ।
୧୪ ତାରିଖରେ ପୁରୀ ଇଲେଭେନ ଓ ଭୁବନେଶ୍ବର ସ୍କାନ ସ୍ପୋଟିଂ ମଧ୍ୟରେ ଅନୁଷ୍ଠିତ ହେବ ।
