ବାରିପଦା, ୨୨/୦୮(ପାଇକପୁଅ) ମୟୂରଭଞ୍ଜ ଜିଲ୍ଲା କ୍ରୀଡ଼ା ଅଧିକାରୀ ଡ. ଶୁଭାଶିଷ ନାୟକଙ୍କୁ ଆଥଲେଟିକ୍ସ ଫେଡେରେସନ ଅଫ ଇଣ୍ଡିଆ ପକ୍ଷରୁ ୱାର୍ଲ୍ଡ କଣ୍ଟିନେଣ୍ଟାଲ ସିଲଭର ଲେଭଲ ଆଥଲେଟିକ୍ସ ମିଟ-୨୦୨୬ ପାଇଁ ବୈଷୟିକ ଷ୍ଟାଫ ଭାବେ ଚୟନ କରାଯାଇଛି।ଏହି ଅନ୍ତର୍ଜାତୀୟ ଆଥଲେଟିକ୍ସ ମିଟ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମ୍ଠାରେ ଅନୁଷ୍ଠିତ ହେଉଛି। ଏକ ପ୍ରତିଷ୍ଠିତ ଅନ୍ତର୍ଜାତୀୟ କ୍ରୀଡ଼ା ଆୟୋଜନରେ ବୈଷୟିକ ଦାୟିତ୍ୱ ନିର୍ବାହ ପାଇଁ ଡ. ନାୟକଙ୍କ ଚୟନ ମୟୂରଭଞ୍ଜ ଜିଲ୍ଲା ପାଇଁ ଗୌରବର ବିଷୟ।ସୂଚନାଯୋଗ୍ୟ ଯେ, ଡ. ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ନିକଟରେ ୭୨ତମ ଓଡ଼ିଶା ରାଜ୍ୟ ଜୁନିଅର ଆଥଲେଟିକ୍ସ ଚାମ୍ପିୟନଶିପ-୨୦୨୬ ରାଇରଙ୍ଗପୁରସ୍ଥିତ ସ୍ପୋର୍ଟସ କମ୍ପ୍ଲେକ୍ସରେ ସଫଳତାର ସହ ଆୟୋଜିତ ହୋଇଥିଲା। ଏହି ଗୌରବମୟ ସଫଳତା ପାଇଁ ଡ. ନାୟକଙ୍କୁ ବିଭିନ୍ନ ମହଲରୁ ଅଭିନନ୍ଦନ ମିଳିଛି।

