ବାରିପଦା,୦୮/୦୭(ପାଇକପୁଅ)ଦୀର୍ଘ ବର୍ଷ କାର୍ଯ୍ୟ କରି ଚାକିରୀରୁ ଅବସର ନେଇଥିବା ସରକାରୀ ପରିଚାଳିତ ବିଭିନ୍ନ ସଂସ୍ଥା ଓ ଘରୋଇ ଶିଳ୍ପ ସଂସ୍ଥାର ଶ୍ରମିକ, କର୍ମଚାରୀ ମାନେ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି
( ଇ.ପି.ଏଫ)ରୁ ପାଉଥିବା ପେନସନ ବୃଦ୍ଧି ଦାବିରେ ଆସନ୍ତା ୧୨ ତାରିଖ ସର୍ବଭାରତୀୟ ଧର୍ମଘଟରେ ଯୋଗ ଦେବାକୁ ମୟୂରଭଞ୍ଜ ଜିଲ୍ଲା ଇ.ପି.ଏଫ ପେନସନର୍ସ ଆସୋସିଏସନର ୩ୟ ଜିଲ୍ଲା ସମ୍ମିଳନୀରେ
ନିଷ୍ପତି ଗ୍ରହଣ କରାଯାଇଛି।ବାରିପଦା ଷ୍ଟାଡିୟମ ସମ୍ମିଳନୀ କକ୍ଷରେ ଶ୍ରୀଯୁକ୍ତ ମଦନ ମୋହନ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାଧାରଣ ସଭାରେ ଗତ ୨୦୧୪ ମସିହାରୁ ଧାର୍ଯ୍ୟ ହୋଇଥିବା ମାସିକ ସର୍ବନିମ୍ନ ଏକହଜାର ପେନସନକୁ ବୃଦ୍ଧି କରି ମାସିକ ୯ ହଜାର ଟଙ୍କା ପେନସନ ସହ ମହଙ୍ଗା ଭତ୍ତା, ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟର ଆଦେଶ ଅନୁଯାୟୀ ଅଧିକ ବେତନ ପାଉଥିବା କର୍ମଚାରୀଙ୍କୁ ଅଧିକ ପେନସନ ଓ ସରକାରୀ ସାସ୍ଥ୍ୟବୀମା ପ୍ରଦାନ ପାଇଁ ଦାବୀ କରାଯାଇଛି।ଜିଲ୍ଲା ସମ୍ପାଦକ ଗୋପାଳ ଚନ୍ଦ୍ର ଦାସ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ରାଜ୍ୟ ସଭାପତି ଇଂ ବିଜୟ କୁମାର ଜେନା, ମୁଖ୍ୟ ଅତିଥିଭାବେ ଓ ରାଜ୍ୟ ସମ୍ପାଦକ ତଥା ଜାତୀୟ ଉପ-ସଭାପତି ଭାଗ୍ୟଧର ବ୍ରହ୍ମା ମୁଖ୍ୟ ବକ୍ତା, ରାଜ୍ୟ ଉଠା ଜଳସେଚନ କର୍ମଚାରୀ ଫେଡେରେସନ ସାଧାରଣ ସମ୍ପାଦକ ଗୌରାଙ୍ଗ ପାଣିଗ୍ରାହୀ,ଏ.ଆଇ.ଟି.ୟୁ.ସିର ଜିଲ୍ଲା ସମ୍ପାଦକ ଜଗବନ୍ଧୁ ମିଶ୍ର, ରାଜ୍ୟ ପରିବହନ ଶ୍ରମିକ ସଂଘର ଜିଲ୍ଲା ସଭାପତି ରଘୁନାଥ ପଣ୍ଡା, ବିଜେପି ଦଳରରାଜ୍ୟ ପ୍ରବକ୍ତା କବି ବିଷ୍ଣୁଶତପଥୀ, ଉଠାଜଳସେଚନ କର୍ମଚାରୀ ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ଶ୍ୟାମସୁନ୍ଦର ଜେନା, ସାମ୍ବାଦିକ ସଞ୍ଜୟ କୁମାର ଚୌଧୁରୀ ପ୍ରମୁଖ ସମ୍ମାନିତ ଅତିଥି ଯୋଗଦେଇ ଇ.ପି.ଏଫ. ପେନସନ ଭୋଗୀ ବରିଷ୍ଠ ନାଗରିକମାନଙ୍କ ଦାବିକୁ କେନ୍ଦ୍ର ସରକାର ସହାନୁଭୂତିର ସହ ବିଚାର କରିବାକୁ ଦାବି କରିଥିଲେ।ଜିଲ୍ଲା ଉପ-ସଭାପତି ମଧୁସୂଦନ ଜେନା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ମିନତୀ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ।ଦୁର୍ଯ୍ୟୟ କୁମାର ବେହେରା ଏବଂ ସଂଯୁକ୍ତା ଖିଲାର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
