ବାରିପଦା,୦୫/୦୨(ପାଇକପୁଅ)ମୁଣ୍ଡାରୀବାନି ଲିପିର ସ୍ରଷ୍ଟା ଅଲଗୁରୁ ପଣ୍ଡିତ ରହିଦାସ ସିଂ ନାଗଙ୍କ ଜନ୍ମ ଜୟନ୍ତୀ ଆଜି ବାରିପଦା ସ୍ଥିତ ମଧୁବନ ଛକ ଠାରେ ମୁଣ୍ଡା ଯୁବ ସଙ୍ଗଠନ ଆନୁକୁଲ୍ୟରେ ପାଳିତ ହୋଇଯାଇଛି।ସଂଗଠନର ସଦସ୍ୟମାନେ ରହିଦାସ ସିଂ ନାଗଙ୍କ ପ୍ରତି ମୂର୍ତ୍ତିରେ ମାଲ୍ୟାର୍ପଣ ଏବଂ ଦୀପ ପ୍ରଜ୍ଜ୍ୱଳନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।ଜୟନ୍ତୀ ସଭାରେ ସମାଜ ସେବୀ ତଥା ମୁଣ୍ଡା ଯୁବ ସଂଗଠନର ଉପଦେଷ୍ଟା ରାକେଶ ସିଂ, କାର୍ଯ୍ୟକାରୀ ସଂପାଦକ ଛାଟିଆ ସିଂ ଓ ମନୋରଞ୍ଜନ ସିଂ , ଗବେଷଣାତ୍ମକ ଛାତ୍ର ବୁଧୁ ସିଂ, ମୁଣ୍ଡା ଯୁବ ସଂଗଠନର ସଦସ୍ୟ ପ୍ରତିମା ସିଂ, ତପସ୍ୱିନୀ ସିଂ, ସୁଭଦ୍ରା ସିଂ, ସ୍ଵାତୀ ସିଂ, ଲକ୍ଷ୍ମୀପ୍ରିୟା ସିଂ, ରିତା ସିଂ, ରଶ୍ମିତା ସିଂ ପ୍ରମୁଖ ଯୋଗଦେଇ ମୁଣ୍ଡାରୀ ଭାଷା ଏକ ବହୁ ପୁରାତନ ଭାଷା ଯାହା ସିନ୍ଧୁ ସଭ୍ୟତା ମହେଞ୍ଜଦାର ହରପ୍ପା ଇତିହାସରେ ମଧ୍ୟ ପରିଲକ୍ଷିତ ହୁଏ. ଗୋଟିଏ ଭାଷାର ଲିପି ଅତ୍ୟନ୍ତ ମହତ୍ୱପୂର୍ଣ୍ଣ।
ସମାଜ ପାଇଁ ରୋହିଦାସ ସିଂନାଗଙ୍କର ନିଷ୍ଠାପୂର୍ଣ୍ଣ ସେବା, ଶିକ୍ଷା ଓ ସାମାଜିକ ସଚେତନତା ସହିତ ତାଙ୍କ ଅବଦାନ ସମ୍ପର୍କରେ ବିସ୍ତାରିତ ଆଲୋଚନା କରି ତାଙ୍କ ଆଦର୍ଶ ଓ ଚିନ୍ତାଧାରା ଆଜିର ଯୁବପିଢ଼ୀ ପାଇଁ ପଥପ୍ରଦର୍ଶକ ଭାବେ କାମ କରୁଛି ବୋଲି କହିଥିଲେ।ଏହି ଅବସର ରେ ଉପସ୍ଥିତ ସଦସ୍ୟମାନେ ତାଙ୍କ ପ୍ରଦର୍ଶିତ ପଥରେ ଚାଲିବା, ସମାଜ ସେବାରେ ନିଜକୁ ନିୟୋଜିତ କରିବା ଓ ଯୁବମାନଙ୍କ ମଧ୍ୟରେ ନୈତିକ ମୂଲ୍ୟବୋଧ ବୃଦ୍ଧି କରିବା ଓ ସମ୍ବିଧାନର ଅଷ୍ଟମ ଅନୁସୂଚୀରେ ମୁଣ୍ଡାରୀ ଭାଷାକୁ ସାମିଲ କରିବା ନିମନ୍ତେ ଲଢେଇ କରିବା ପାଇଁ ଶପଥ ଗ୍ରହଣ କରିଥିଲେ।
