ମୁନିଗୁଡା,୫/୨(ପାଇକପୁଅ)କେନ୍ଦ୍ର ସରକାରଙ୍କ ନୀତି ଆୟୋଗ ତରଫରୁ ଅନୁଷ୍ଠିତ ହେବାକୁ ଥିବା ସମ୍ପୂର୍ଣ୍ଣତା ଅଭିଯାନ ୨.୦ ମୁନିଗୁଡା ଠାରେ ଉଦଘାଟିତ ହୋଇଯାଇଛି। ଭାରତର ୧୧୨ଜିଲ୍ଲାର ୫୧୩ ଅନୁର୍ନତ ବ୍ଳକକୁ ସମ୍ପୂର୍ଣ୍ଣତା ଅଭିଯାନ ମାଧ୍ୟମରେ ଯୋଡ଼ା ଯାଇଥିବା ବେଳେ ରାୟଗଡା ଜିଲ୍ଲାର ପଛୁଆ ବ୍ଳକ ଭାବେ ପରିଚିତ ମୁନିଗୁଡା ଓ ପଦ୍ମପୁର ବ୍ଳକକୁ ଏହି ଯୋଜନାରେ ସାମିଲ କରାଯାଇଛି। ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଷମକଟକ ବିଧାୟକ ନୀଳମାଧବ ହିକକା ଯୋଗ ଦେଇଥିବା ବେଳେ ମୁନିଗୁଡା ବ୍ଲକ ଅଧକ୍ଷା ଦୁଃଖିନୀ ନୁଣ୍ଡରୁକା , ବିଡ଼ିଓ କୃଷ୍ଣଚନ୍ଦ୍ର ଦଳପତି ପ୍ରମୁଖ ଉପସ୍ଥିତ ରହିଥିଲେ। ଏହି ଅବସରରରେ ସଚେତନତା ନେଇ ସ୍ୱାସ୍ଥ୍ୟ, ଶିକ୍ଷା, ମୂର୍ତ୍ତିକା, କୃଷି ପଶୁଧାନ ଓ ମିଶନ ଶକ୍ତି ପକ୍ଷରୁ ଷ୍ଟଲରେ ଯୋଜନା ବିଷୟରେ ପ୍ରଦର୍ଶିତ କରାଯାଇଥିବା ସହ ଏକ ଦସ୍ତଖତ ଅଭିଯାନ ଅନୁଷ୍ଠିତ ହୋଇଛି। ତେବେ କେନ୍ଦ୍ର ସରକାରଙ୍କ ଦ୍ୱାରା ଜିଲ୍ଳାରେ ସମ୍ପୂର୍ଣ୍ଣତା ଅଭିଯାନ ଚାଲିଥିଲା ଓ ସରକାରଙ୍କ ପ୍ରଦାନ କରାଯାଇଥିବା ନିଁର୍ଧେଶ ସଠିକ ଭାବେ ଅନୁପାଳନ କରି ମୁନିଗୁଡା ଶ୍ରେଷ୍ଠ ପ୍ରଦର୍ଶନ କରିବା ନେଇ ଆଶା ବ୍ୟକ୍ତ କରିଛନ୍ତି ବିଷମକଟକ ବିଧାୟକ।
