ଭୁବନେଶ୍ୱର,୦୨/୦୨(ପାଇକପୁଅ) ଭୁବନେଶ୍ୱର ମହାନଗର ନିଗମର ଭୋଟ ପଡ଼ା ଗ୍ରାମରେ ଦୁଇ ଦିନିଆ ତ୍ରିନାଥ ଦେବଙ୍କ ବାର୍ଷିକ ଆଧ୍ୟାତ୍ମିକ ବ୍ରହ୍ମଜ୍ଞାନ ଭଜନ ମହୋତ୍ସବ ଅନୁଷ୍ଠିତ ହୋଇ ଯାଇଛି।ଏହି କାର୍ଯ୍ୟକ୍ରମରେ ଗାୟକ ମୋହନ କାଣ୍ଡି ଗାଡ଼କଣ,ମାନସ ପ୍ରଧାନ ପିପିଲି,ବାବୁଲି ଭୋଇ, ଉରାଡ ଓ ଦେବେନ୍ଦ୍ର ଭୋଇ ,ଜୟପୁର ଭାଗ ନେଇ ପରସ୍ପର ମଧ୍ୟରେ ଶାସ୍ତ୍ର ,ଦର୍ଶନ,ପୁରାଣ ଓ ଆଧ୍ୟାତ୍ମିକତା ମାଧ୍ୟମରେ ପ୍ରଶ୍ନ ଉତ୍ତର ଅବତାରଣା କରିଥିଲେ।ଏହାକୁ ଆଧ୍ୟାତ୍ମିକ ଭଜନ ତତ୍ତ୍ଵ ବିଚାରକ ଅଜିତ କୁମାର ଭୋଇ ସଞ୍ଚାଳନ କରିଥିଲେ।ଏହି କାର୍ଯ୍ୟ କ୍ରମରେ ବିଧାୟକ ସୁଶାନ୍ତ କୁମାର ରାଉତ,ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର,ଓଡିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗର ପୂର୍ବତନ ଅନୁଶାସନ ସଚିବ ଲକ୍ଷ୍ମୀଧର ବେହେରାଙ୍କ ସମେତ ବହୁ କର୍ପୋରେଟର,ପଞ୍ଚାୟତ ପ୍ରତିନିଧି,ଆଖ ପାଖ ଅଞ୍ଚଳର ମୂରବୀ, ଆଧ୍ୟାତ୍ମିକପ୍ରେମୀ ଯୋଗଦାନ କରି ଆଧ୍ୟାତ୍ମିକତାର ଭାବନାରେ ନିଜକୁ ଜଡ଼ିତ କରିଥିଲେ।

ବକ୍ତାମାନେ ନିଜ ବକ୍ତବ୍ୟରେ ଆଧ୍ୟାତ୍ମିକ ଗୁରୁ ବାହୁଡ଼ି ଦାସ,ସନ୍ଥକବି ଭୀମ ଭୋଇ,ପଞ୍ଚସଖା ଶିଶୁ ଅନନ୍ତ ଦାସ,ସଖା ବଳରାମ ଦାସ,ଯଶୋବନ୍ତ ଦାସ,ଅଚ୍ୟୁତ ଦାସ,ଅତିବଡ଼ି ଜଗନ୍ନାଥ ଦାସଙ୍କ ରଚନା ସହିତ ଅଭିରାମ ପରମହଂସଙ୍କ ରଚନାରେ ଆଧ୍ୟାତ୍ମିକତା ଭକ୍ତିଭାବପୂର୍ଣ୍ଣ ବ୍ରହ୍ମଜ୍ଞାନ ଭଜନ ଓଡ଼ିଶାର ଭୋଇ ସମ୍ପ୍ରଦାୟଙ୍କ ଦ୍ଵାରା ବର୍ଷ ବର୍ଷ ଧରି ଏହି ଲୋକ କଳାକୁ ବଞ୍ଚେଇ ରଖିବା ଗୌରବର ବିଷୟ।ଏହା ପରେ ସମସ୍ତ କଳାକାର,ଉପସ୍ଥିତ ଗ୍ରାମ ମୂରବୀ,ଆଧ୍ୟାତ୍ମିକପ୍ରେମୀ ମାନଙ୍କୁ ଉତ୍ତରୀୟ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।ଏହି କାର୍ଯ୍ୟକ୍ରମକୁ ସ୍ଥାନୀୟ ଗ୍ରାମବାସୀ ଦାଶରଥି ନାୟକ,କାଳନ୍ଦୀ ନାୟକ,ମହେଶ୍ୱର ବେହେରା,ଜଳନ୍ଧର ନାୟକ ପ୍ରମୁଖ ପରିଚାଳନା କରିଥିଲେ।ପରିଶେଷରେ ହରିବୋଲ ଦିଆଯାଇ କାର୍ଯ୍ୟକ୍ରମ ସମାପନ ହୋଇଥିଲା
