ବାରିପଦା,୦୨/୦୨(ପାଇକପୁଅ)ରାଜ୍ୟର ଏକ ପ୍ରମୁଖ ଗଣମାଧ୍ୟମ ସଂସ୍ଥା ପୂର୍ବି ଭାରତ ନ୍ୟୁଜ୍ ଲାଇଭ୍ର ବାର୍ଷିକ ଉତ୍ସବ ସ୍ଥାନୀୟ ବାରିପଦା ଷ୍ଟାଡିୟମ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ପ୍ରତୀକ ଅର୍ଗାନାଇଜେସନ ଫର ସୋସିଆଲ ଡେଭେଲଅପମେଣ୍ଟ ଦ୍ୱାରା ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ସଂସ୍ଥାର ସମ୍ପାଦକ ଓ ସାମ୍ବାଦିକା ପ୍ରତିମା ବାରିକଙ୍କ ନେତୃତ୍ୱରେ ତଥା ପ୍ରକାଶକ – ନିର୍ଦ୍ଦେଶକ ପ୍ରବୀର ବାରିକଙ୍କ ଦିଗଦର୍ଶନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାନ୍ୟବର ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣଚନ୍ଦ୍ର ମହାପାତ୍ର ପ୍ରକାଶ କରିଥିଲେ ଯେ ଗଣମାଧ୍ୟମ ଦେଶର ସର୍ବାଙ୍ଗୀନ ବିକାଶ ସହ ସମାଜଜୁ ସଚେତନ ଓ ଶକ୍ତିଶାଳୀ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ।ମୁଖ୍ୟ ବକ୍ତା ଭାବେ ଯୋଗଦେଇ ବାରିପଦା ଉପ ଜିଲ୍ଲାପାଳ ଡଃ ଦୟାସିନ୍ଧୁ ପରିଡା ପୂର୍ବି ଭାରତ ନ୍ୟୁଜ ର ସ୍ବର୍ଣ୍ଣକ୍ଷେତ୍ର ଦିବସରେ ଆୟୋଜିତ ପ୍ରତିଭା ସମ୍ବର୍ଦ୍ଧନା କାର୍ଯ୍ୟକ୍ରମର ବେଶ ପ୍ରଶଂସା କରିଥିଲେ। ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ତପନ କୁମାର ମିଶ୍ର, ବିଶିଷ୍ଟ ଆଇନଜୀବୀ ବିଜୟ ପାଣିଗ୍ରାହୀ, ଶିକ୍ଷାବିତ ବିପ୍ଳବ ଭଂଜନ ବୁଗୁଡେଇ, ପୂର୍ବତନ ଉପ ନଗରପାଳ ଜୀତେନ୍ଦ୍ର ମହାନ୍ତି, ୨୭ ନଂ ୱାର୍ଡ କାଉନସିଲର ଦେବାଶିଷ ପାତ୍ର, ୨୫ ନଂ ୱାର୍ଡ କାଉନସିଲର ଶିବଶଙ୍କର ପାତ୍ର ଓ ଶିକ୍ଷକ ସୋମନାଥ ସିଂହ ପ୍ରମୁଖ ଉପସ୍ଥିତ ରହି ସଂସ୍ଥାର ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ। ମୌସୁମୀ ପଣ୍ଡା କାର୍ଯ୍ୟକ୍ରମର ସଂଚାଳନ କରିଥିବା ବେଳେ ମାନ୍ୟତା ପଣ୍ଡା ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ।ଏହି ଅବସରରେ ଶିକ୍ଷା, କ୍ରୀଡା, ବିଜ୍ଞାନ, ସାହିତ୍ୟ, ପରିବେଶ, ସମାଜସେବା, ରକ୍ତଦାନ ଆଦି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ୮୦ ଜଣଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ବିଶ୍ୱଜୀବନ ରଣା ଓ ଚନ୍ଦନ ପାଲ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
